ନିର୍ଯାତନା ଅଭିଯୋଗ: ସାଇ କୋଚ୍‍ ବହିଷ୍କୃତ

0

ନୂଆଦିଲ୍ଲୀ: ସ୍ପୋର୍ଟସ୍‍ ଅଥରିଟି ଅଫ୍‍ ଇଣ୍ଡିଆ(ସାଇ)ର ଜଣେ କୋଚ୍‍(ତାଲିମଦାତା)ଙ୍କୁ ବହିଷ୍କାର କରାଯାଇଥିବା ବେଳେ ଜଣେ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ସେହି ଦୁଇ ଜଣଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆସିବା ପରେ ସାଇ କର୍ତ୍ତୃପକ୍ଷ ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ଆଧାରରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନ୍ୟ ଜଣେ କୋଚ୍‍ଙ୍କ ବିରୋଧରେ ତଦନ୍ତ ଜାରି ରହିଛି। ସାଇର ତାମିଲ୍‍ନାଡ଼ୁ କେନ୍ଦ୍ରର ୧୫ ଜଣ କନିଷ୍ଠ ଛାତ୍ରୀ ସାଇ ମୁଖ୍ୟାଳୟକୁ ପତ୍ର ଲେଖି ଅଭିଯୋଗ କରିଥିଲେ। ସେମାନେ ସେଥିରେ ଦର୍ଶାଇଥିôଲେ ଯେ ଅନୈତିକ ସମ୍ପର୍କ ରଖିବା ପାଇଁ କୋଚ୍‍ ବାଧ୍ୟ କରୁଛନ୍ତି। ନ ହେଲେ ସାଇରୁ ବାହାର କରିଦେବାର ଧମକ ଦେଉଛନ୍ତି। ଗୁଜରାଟ୍‍ରୁ ମଧ୍ୟ ସମାନ ଅଭିଯୋଗ ଆସିଥିବା ବେଳେ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି। ସେହିପରି ବେଙ୍ଗାଲୁରୁ କେନ୍ଦ୍ରର ଜଣେ ଆକାଉଣ୍ଟାଣ୍ଟ ଜନୈକା ମହିଳା କୋଚ୍‍ଙ୍କୁ ଅଶ୍ଲୀଳ ମେସେଜ୍‍ ପଠାଇଥିବା ପ୍ରମାଣିତ ହେବା ପରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ବହିଷ୍କୃତ କୋଚ୍‍ ଓ କର୍ମଚାରୀଙ୍କୁ ପେନ୍‍ସନ୍‍ ମିଳିବ ନାହିଁ ବୋଲି ସାଇ ମହାନିର୍ଦେଶକ ନିଲମ୍‍ କପୁର ନିର୍ଦେଶ ଦେଇଛନ୍ତି।

Leave A Reply