ନବରଙ୍ଗପୁରରେ ଶହୀଦ ଦିବସ ପାଳିତ
ନବରଙ୍ଗପୁର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ ସାରା ଦେଶରେ ଜାନୁଆରୀ ୩୦ ତାରିଖକୁ ଶହିଦ ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏବଂ ନେହେରୁ ଯୁବ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ନବରଙ୍ଗପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ସହୀଦ ଦିବସ ପାଳନ କରାଯାଇଅଛି। ଭାରତର ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର, ଶାନ୍ତିର ଦେବଦୂତ ଜାତିର ପିତା ମହାତ୍ମା ଗାନ୍ଧୀ ତଥା ଦେଶ ପାଇଁ ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ବୀର ସଂଗ୍ରାମୀଙ୍କ ସ୍ମୃତି ଉଦ୍ଧେଶ୍ୟରେ ଦୁଇ ମିନିଟ୍ ନିରବ ପାର୍ଥାନା କରାଯାଇଥିଲା। ଏଥିରେ ଜିଲାପାଳ ଡ.କମଳ ଲୋଚନ ମିଶ୍ର ଯୋଗଦେଇ ଶହୀଦ ଦିବସ ପାଳନର ତାତ୍ପର୍ୟ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଦେଶ ମାତୃକାର ସେବା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିବା ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶ ଦେଇଥିଲେ।
ଜିଲା ସୁଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନିହାଲ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଡେପୁଟି ଜିଲ୍ଲାପାଳ ସୁବ୍ରତ ବେହେରା, ସହାୟକ ଜିଲାପାଳ ଅଶୋକ ଚକ୍ରବର୍ତ୍ତୀ, ଉପ ବିଭାଗ ଅଧିକାରୀ ବିଜୟ ବେହେରା, ଓଡ଼ିଶା ରାଜସ୍ବ ଅମଲା ସଂଘ ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, ଯୁବ ଅଧିକାରୀ ନେହେରୁ ଯୁବକେନ୍ଦ୍ରର ଜିଲା ଯୁବ ଅଧିକାରୀ ବି .ରମେଶ, ଅଗ୍ନିଶମ ବିଭାଗ କର୍ମଚାରୀ, ନେହେରୁ ଯୁବକେନ୍ଦ୍ରର ସ୍ବେଚ୍ଛାସେବୀ, ବିଭିନ୍ନ ଗଣାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.