୨୪ ଘଣ୍ଟାରେ ସହିଦ କନେଷ୍ଟବଳ ସଲିମଙ୍କ ପ୍ରତିଶୋଧ ନେଲେ ସୁରକ୍ଷା କର୍ମୀ, ୩ ଆତଙ୍କବାଦୀ ନିହତ

0

ଶ୍ରୀନଗର: ଜମ୍ମୁ-କାଶ୍ମୀର କୁଲ୍‌ଗାମ୍‌ରେ ଆତଙ୍କବାଦୀଙ୍କ ଦ୍ବାରା ଜଣେ ଯବାନଙ୍କ ଅପହରଣ ଓ ହତ୍ୟା ଘଟଣାର ସୁରକ୍ଷାକର୍ମୀମାନେ ପ୍ରତିଶୋଧ ନେଇଛନ୍ତି। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଖବର ଅନୁଯାୟୀ, ଏନକାଉଣ୍ଟର ସ୍ଥଳରୁ ଆତଙ୍କବାଦୀଙ୍କ ମୃତଦେହ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ସୂଚନାଯୋଗ୍ୟ, କୁଲ୍‌ଗାମ୍‌ରେ ରହୁଥିବା ଟ୍ରେନିଂ ପୁଲିସ କନେଷ୍ଟବଳ ସଲିମ ଶାହାଙ୍କୁ ଶୁକ୍ରବାର ରାତିରେ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ ଏବଂ ପରେ ତାଙ୍କ ମୃତ ଶରୀର କୁଲ୍‌ଗାମ୍‌ର କେମୋହ ନିକଟରୁ ଉଦ୍ଧାର ହୋଇଥିଲା। ଏହି ଘଟଣା ପରେ ସ୍ଥାନୀୟଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଥିଲା। ରବିବାର ସକାଳେ କୁଲ୍‌ଗାମ୍‌ରେ  ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। କନେଷ୍ଟବଳ ସଲିମ ଶାହାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରୁ ମାତ୍ର ଦୁଇ କିମି ଦୂରତାରେ ଏହି ଏନକାଣ୍ଟର ହୋଇଥିବା ଜଣାପଡିଛି। ଏଥିରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନର ବୋଲି ଗୁଇନ୍ଦା ପକ୍ଷରୁ ସୂଚନା ମିଳିଛି।

ଛୁଟିରେ ଘରୁ  ଫେରୁଥିବା ଯବାନ ଓ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀ ଟାର୍ଗେଟ୍ କରୁଥିବା ଦେଖିବାକୁ ମିଳିଛି। ପୁଲିସ କନେଷ୍ଟବଳ ସଲିମ ଶାହାଙ୍କ ହତ୍ୟା ଏହାର ଚତୁର୍ଥ ଉଦାହରଣ । ସଲିମ ଶାହା ଛୁଟିରେ କୁଲ୍‌ଗାମ୍‌ର ମୁତଲହାମା ସ୍ଥିତ ନିଜ ଘରକୁ ଯାଇଥିଲେ। ଶୁକ୍ରବାର ରାତିରେ ଆତଙ୍କବାଦୀ ତାଙ୍କୁ ଅପହରଣ କରିନେଇଥିଲେ । ତାଙ୍କ ମୃତଦେହ କୁଲ୍‌ଗାମ୍‌ର କେମୋହ ନିକଟରୁ ମିଳିଲା ପରେ ଶବବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଟ୍ରେନିଂ ପରେ ସଲିମ ଶାହାଙ୍କ ପଦୋନ୍ନତି ହୋଇଥିବା ଜଣାପଡିଛି।

Leave A Reply