ନ୍ୟାୟ ପାଇଁ ଖୁଣ୍ଟୁଣୀ ଥାନାର ଦ୍ୱାରସ୍ଥ ହେଲେ ସାହାରା ଜମାକାରୀ କ୍ଷତିଗ୍ରସ୍ତ

ଗୁରୁଡିଝାଟିଆ :  ଆଖିରେ ଆଖିଏ ସ୍ୱପ୍ନ ରଖି ସାଧାରଣ ଜନତା ଜମା କରିଥିଲେ ସାହାରାରେ। କିଏ ଝିଅ ବାହାଘର କରିବ ତ, କିଏ ପୁଣି ପିଲାମାନଙ୍କ ପାଠପଢା ନିମନ୍ତେ ସଞ୍ଚୟ କରୁଥିଲେ । ଚାଷୀ, ମୂଲିଆ, ଉଠାଦୋକାନୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଖୁଣ୍ଟୁଣୀ ସାହାରା ଶାଖାରେ ଜମା କରିଥିଲେ ଟଙ୍କା । ଟଙ୍କା ଜମା ଅବଧି ପୁରିଗଲାଣି । କାହାର ବର୍ଷେ ତ କାହାର ଦୁଇବର୍ଷ ହୋଇଗଲାଣି । ହେଲେ ମିଳୁନି ଅର୍ଥରାଶି । ମୁଣ୍ଡଝାଳ ତୁଣ୍ଡରେ ମାରି ଏଜେଣ୍ଟ ଜରିଆରେ ଅର୍ଥ ଜମା କରିଥିବା ଜମାକାରୀମାନେ ବାରମ୍ବାର ଖୁଣ୍ଟୁଣୀ ଶାଖା କାର୍ଯ୍ୟାଳୟ ଓ ଏଜେଣ୍ଟ ପାଖକୁ ଯାଇ ଯାଇ ନୟାନ୍ତ ହେଲେଣି । ଆଜି ଦେବି କାଲି ଦେବି କହି ଭଣ୍ଡାଇ ଚାଲିଛନ୍ତି । ଶେଷରେ କ୍ଷତିଗ୍ରସ୍ତ ଜମାକାରୀମାନେ ସମ୍ମିଳିତ ହୋଇ ନିଜର ସଞ୍ଚୟ ଧନକୁ ପାଇବା ନିମନ୍ତେ ଏକଜୁଟ ହୋଇଥିଲେ । ଆଜି କ୍ଷତିଗ୍ରସ୍ତ ଜମାକାରୀ ସଂଘର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଖୁଣ୍ଟୁଣୀ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ସହିତ ନ୍ୟାୟ ପାଇଁ ପ୍ରାର୍ଥନା କରିଥିଲେ । ଏହାର ଏକକିତା ନକଲ ମଧ୍ୟ ସାହାରା ବ୍ୟାଙ୍କ ପରିଚାଳକଙ୍କ ନିକଟକୁ ପଠାଇଥିଲେ। ପ୍ରକାଶଯୋଗ୍ୟ ଜମାକାରୀମାନେ ସାହାରା ଶାଖାରେ କୋଟି କୋଟି ଟଙ୍କା ଅର୍ଥରାଶି ଜମା କରିଥିଲେ । ଏବେ କ୍ଷତିଗ୍ରସ୍ତ ଜମାକାରୀମାନେ କିଭଳି ଜମା କରିଥିବା ଟଙ୍କା ପାଇବେ ସେଥିପାଇଁ ଶଙ୍କା ଓ ଶୋଚନା ଭିତରେ ଗତି କରୁଛନ୍ତି । ଲିଖିତ ଦାବି ପତ୍ର ସପ୍ତାହକ ଭିତରେ କାର୍ଯ୍ୟକାରୀ ନହେଲେ ଖୁଣ୍ଟୁଣୀ ଓ ଇଚ୍ଛାପୁର ଠାରେ ଥିବା ସାହାର କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀ କ୍ଷତିଗ୍ରସ୍ତ ଧାରଣା ଦେବା ପାଇଁ ଚେତାବନୀ ଦେଇଛନ୍ତି ।

kalyan agarbati

Comments are closed.