ଶାଗୁଦାନା ବରା
ଆବଶ୍ୟକ ସାମଗ୍ରୀ:
ଶାଗୁଦାନା- ୧କପ
ଗୋଟା ଲୁଣ- ୧ଚାମଚ
ଲଙ୍କା ଗୁଣ୍ଡ- ୧ଚାମଚ
କଞ୍ଚା ଲଙ୍କା- ୪ଟି
ଧନିଆ ପତ୍ର
ବାଦାମ- ୧କପ
ଆଳୁ- ୩ଟି
ତେଲ- ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ଶାଗୁଦାନାକୁ ୩ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ଦିଅନ୍ତୁ। ତାପରେ ଆଳୁକୁ ସିଝାଇ ଦିଅନ୍ତୁ। କଡେଇରେ ବାଦାମକୁ ୧୦ମିନିଟ ପର୍ଯ୍ୟନ୍ତ ଭାଜି ଦିଅନ୍ତୁ। ତାକୁ କାଢି ଏକ ପାତ୍ରରେ ରଖନ୍ତୁ। ବାଦାମର ଚୋପା ଛଡାଇ ଦାନାକୁ ଅଳ୍ପ କୁଟି ଦିଅନ୍ତୁ। ଏକ ବଡ ପାତ୍ରରେ ଶାଗୁଦାନା, ଗୋଟା ଲୁଣ,ଲଙ୍କା ଗୁଣ୍ଡ,ଧନିଆପତ୍ର, ବାଦାମ ଦାନା ଓ କଞ୍ଚା ଲଙ୍କା ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ତାପରେ ସେଥିରେ ଆଳୁ ପକାଇ ଭଳ ଭାବରେ ଚକଟି ଦିଅନ୍ତୁ। ମିଶ୍ରଣକୁ ନେଇ ଛୋଟ ଛୋଟ ଗୋଲ ଆକାରର ବରା ପ୍ରସ୍ତୁତ କରନ୍ତୁ। କଡେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ବରା ଗୁଡିକ ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଶାଗୁଦାନା ବରା। ଏହାକୁ ନିଜ ପସନ୍ଦର ଚଟଣି ସହ ଖାଆନ୍ତୁ।