www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ବକୁ ବଦଳାଇବାର ଶକ୍ତି କ୍ରୀଡ଼ାର ରହିଛି : ତେନ୍ଦୁଲକର

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଦିନେ କହିଥିଲେ ବିଶ୍ବକୁ ବଦଳାଇ ଦେବା ନେଇ କ୍ରୀଡ଼ା ନିକଟରେ ଶକ୍ତି ରହିଛି। ପ୍ରକୃତରେ ନେଲସନ୍‌ଙ୍କ ଉକ୍ତ ମନ୍ତବ୍ୟର ଯଥାର୍ଥତା ଆଜି ଦେଖିବାକୁ ମିଳୁଛି। ବିଶ୍ବକୁ ବଦଳାଇବାରେ କ୍ରୀଡ଼ା ନିକଟରେ ଶକ୍ତି ରହିଛି ବୋଲି ମାଣ୍ଡେଲାଙ୍କ ମତ ଆଜି ଅନୁଭୂତ ହେଉଛି ବୋଲି କ୍ରିକେଟ କିମ୍ବଦନ୍ତୀ ତେନ୍ଦୁଲକର କହିଛନ୍ତି। ଆମେରିକାରେ ବର୍ଣ୍ଣ ବୈଷମ୍ୟବାଦକୁ ନେଇ ଚାଲିଥିବା ହିଂସା ଉପରେ ମତ ଦେଇ ସଚିନ କହିଛନ୍ତି ଯେ, ବର୍ଣ୍ଣ ବୈଷମ୍ୟବାଦର ଶିକାର ହୋଇ ଜଜ୍ ଫ୍ଲଏଡ୍‌ଙ୍କ ମୃତ୍ୟୁ ପ୍ରକୃତରେ ଦୁଃଖଦ। ସଚିନ ଉକ୍ତ ଘଟଣାକୁ ଗୁରୁତ୍ବର ସହିତ ନେଇଥିବାବେଳେ ବର୍ଣ୍ଣବୈଷମ୍ୟବାଦ ବିପକ୍ଷରେ ଲଢେଇ ଶିଖିବା ଉଚିତ ବୋଲି ମତ ଦେଇଛନ୍ତି। ସଚିନ ୨୦୧୯ ଆଇସିସି ବିଶ୍ବକପରେ ଇଂଲଣ୍ଡର ଚମ୍ପିଆନ ନେଇ ଫଟୋ ପୋଷ୍ଟ କରି କହିଛନ୍ତି ଯେ, ଜେଫ୍ରା ଆର୍ଚରଙ୍କ ଶେଷ ବଲରେ ଇଂଲଣ୍ଡ ବିଶ୍ବକପ ଟ୍ରଫି ହାସଲ କରିଥିଲା। ଏଠାରେ ଇଂଲଣ୍ଡ ଦଳ ମଧ୍ୟରେ ବିବିଧତା ଦେଖିବାକୁ ମିଳିଥିଲା। କ୍ରୀଡ଼ା​‌େ​‌ର ସବୁବେଳେ ବିବିଧତା ରହିଛି ଆଉ ରହିବ। ହିଂସା କି ବର୍ଣ୍ଣବୈଷମ୍ୟବାଦ ନୁହେଁ ବୋଲି ସଚିନ କହିଛନ୍ତି। ନେଲସନ୍‌ ମାଣ୍ଡେଲା କହିଥିଲେ କ୍ରୀଡ଼ା ଦିନେ ବିଶ୍ବକୁ ବଦଳାଇ ଦେଇ ପାରିବ। ଯାହା ଏବେ ମଧ୍ୟ ଦେଖିବାକୁ ପାଉଛୁ। କ୍ରୀଡ଼ା ବିଶ୍ବରେ ଏକତା ସୃଷ୍ଟି କରିଛି ବୋଲି ସେ କହିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories