ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ଜୟଶଙ୍କର

ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରାଜ୍ୟସଭାର ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ଶୁକ୍ରବାର ରାଜ୍ୟସଭାର ଦୁଇଟି ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ୧୦୪ଟି ଭୋଟ ସହ ସେ ଗୁଜରାଟରୁ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଦ୍ବିତୀୟ ପାଳି ସରକାରରେ ଅାଶ୍ଚର୍ଯ୍ୟଜନକ ଭାବେ ଜୟଶଙ୍କରଙ୍କୁ ସାମିଲ କରାଯାଇଥିଲା। ଜୁନ ୨୪ରେ ସେ ବିଜେପିରେ ଯୋଗଦେଇଥିଲେ। ଗୁଜରାଟର ଅନ୍ୟ ଏକ ଆସନରୁ ତାଙ୍କ ସହଯୋଗୀ ଜୁଗଳ ଠାକୁର ବିଜୟୀ ହୋଇଛନ୍ତି। ବିଜେପି ନେତା ଅମିତ ଶାହ ଏବଂ ସ୍ମୃତି ଇରାନୀ ଲୋକସଭାକୁ ନିର୍ବାଚିତ ହେବା ପରେ ଏହି ଦୁଇ ଆସନ ଖାଲିପଡିଥିଲା।

kalyan agarbati

Comments are closed.