mission shakti banner

ଋଦ୍ଧିମାନଙ୍କ ରେକର୍ଡ଼ : ୨୦ ବଲ୍‍ରୁ ୧୦୨ ରନ୍‍

BSKY banner  750×100
0

କଲକାତା : ଅ।।ଇପିଏଲ୍‍ ଆରମ୍ଭ ହେବାକୁ ଆଉ ମାତ୍ର କିଛିଦିନ ବାକି ଥିବା ବେଳେ ସନ୍‍ରାଇଜର୍ସ ହାଇଦରାବାଦ୍‍ ଦଳ ତରଫରୁ ଖେଳିବାକୁ ଚୁକ୍ତି କରିଥିବା ଋଦ୍ଧିମାନ ଶାହା ଶନିବାର ଏଠାରେ ଆୟୋଜିତ ଜେସି ମୁର୍ଖାଜୀ ଟ୍ୱେଣ୍ଟି-୨୦ କ୍ରିକେଟ୍‍ ପ୍ରତିଯୋଗିତାରେ ୨୦ଟି ବଲ୍‍ରୁ ୧୦୨ ରନ୍‍ ସଂଗ୍ରହ କରିଛନ୍ତି। ସ୍ଥାନୀୟ ଦଳ ମୋହନବାଗାନ ତରଫରୁ ଖେଳୁଥିବା ଋଦ୍ଧିମାନ ବିଏନ୍‍ଆର ଦଳ ବିରୋଧରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ନିଜ ଇନିଂସରେ ଋଦ୍ଧିମାନ ୧୪ଟି ଛକା ଓ ୪ଟି ଚୌକା ମାରିଥିଲେ। ଋଦ୍ଧିମାନ୍‍ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୋହନବାଗାନ ଦଳ ମାତ୍ର ୭ ଓଭରରେ ୧୫୧ ରନ୍‍ ସଂଗ୍ରହ କରି ବିଜୟୀ ହୋଇଥିଲା। ମ୍ୟାଚ୍‍ ଶେଷ ହେବା ପରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଋଦ୍ଧିମାନ୍‍ କହିଥିଲେ ଆଗାମୀ ଦିନରେ ସେ ଆଇପିଏଲ୍‍ରେ ଖେଳିବାକୁ ଯାଉଥିବାରୁ ଏହି ମ୍ୟାଚ୍‍ରେ ବିସ୍ଫୋରକ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏଥିରେ ସଫଳତା ପାଇଥିଲେ।
ଯଦିଓ ଋଦ୍ଧିମାନ ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ଟେଷ୍ଟ ମ୍ୟାଚ୍‍ରେ ଖେଳୁଛନ୍ତି ତେବେ ଘରୋଇ ଦିନିକିଆରେ ମଧ୍ୟ ତାଙ୍କ ରେକର୍ଡ ବେଶ୍‍ ଭଲ। ସେ ୧୬୪ଟି ଘରୋଇ ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳି ୧୦.୭୩ ଷ୍ଟ୍ରାଇକ୍‍ ରେଟ୍‍ରେ ୨୭୧୮ ରନ୍‍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ଗୋଟିଏ ଶତକ ଓ ୧୪ଟି ଅର୍ଦ୍ଧଶତକ ରହିଛି। ଆଇପିଏଲ୍‍କୁ ଦୃଷ୍ଟି ଦେଲେ ଋଦ୍ଧିମାନ ଚେନ୍ନାଇ ସୁପର କିଙ୍ଗ୍‍ସ, କଲକାତା ନାଇଟ୍‍ ରାଇଡର୍ସ ଓ କିଙ୍ଗସ୍‍ ଏକାଦଶ ପଞ୍ଜାବ ଭଳି ଦଳ ତରଫରୁ ୧୦୪ଟି ମ୍ୟାଚ୍‍ ଖେଳି ୧୫୫୭ ରନ୍‍ ସଂଗ୍ରହ କରିଛନ୍ତି। ଆଇପିଏଲ୍‍ ଫାଇନାଲରେ ଶତକ ହାସଲ କରିବା କ୍ଷେତ୍ରରେ ଋଦ୍ଧିମାନ ହେଉଛନ୍ତି ଏକମାତ୍ର ଖେଳାଳି। ୨୦୧୪ ଆଇପିଏଲ୍‍ ଫାଇନାଲରେ ସେ କିଙ୍ଗ୍‍ସ ଏକାଦଶ ପଞ୍ଜାବ ତରଫରୁ ଶତକ ହାସଲ କରିଥିଲେ। ଯଦିଓ ପଞ୍ଜାବ ଦଳ ଏହି ମ୍ୟାଚ୍‍ରେ କଲକାତା ନାଇଟ୍‍ ରାଇଡର୍ସଠାରୁ ପରାଜିତ ହୋଇଥିଲା।

Leave A Reply