BJD Bijuli 480×75 Mob

ଅନନ୍ତନାଗରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ

BJD Bijuli 480×75 Mob
0

ଜାମ୍ମୁ : ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଶନିବାର ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ବାହିନୀ ସହ ଗୁଳି  ବିନିମୟରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଦୋଉରୁ ଥାନା ଅଞ୍ଚଳର ଶିସ୍ତେରଗାମରେ ଆତଙ୍କବାଦୀମାନେ ରହିଥିବାର ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ତଲାସୀ ଅଭିଯାନ ଅରମ୍ଭ କରାଯାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଗୁଳ ଗୋଳା ବିନିମୟ ହୋଇଥିଲା। ଆଜି ସକାଳେ ପୁଣି ଗୁଳି ଗୋଳା ବିନିମୟ ଆରମ୍ଭ ହୋଇଥିଲା ଓ ଏଥିରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ପୂର୍ବାହ୍ନରେ ଉଭୟଙ୍କ ମଧ୍ୟରେ ଗୁଳି ଗୋଳା ବିନିମୟ ଶେଷ ହୋଇଛି। ଘଟଣାସ୍ଥଳରୁ ଦୁଇଟି ଏକେ-୪୭, ଗ୍ରେନେଡ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

Leave A Reply