www.samajalive.in
Sunday, December 14, 2025
19.1 C
Bhubaneswar

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୧୯୩୦ରୁ ୨୦୧୮….

ବ୍ରିଟିଶ୍‍ ଶାସନାଧୀନ ରାଷ୍ଟ୍ରମାନଙ୍କୁ ନେଇ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ହୋଇଥାଏ। ୧୯୩୦ରେ ଏହି କ୍ରୀଡ଼ା ଆରମ୍ଭ ହୋଇଥିଲେ ହେଁ ସମାନୁକ୍ରମେ ଏହି କ୍ରୀଡ଼ାର ନାମ ପରିବର୍ତ୍ତନ ହୋଇଛି। ୧୯୩୦ରୁ ୧୯୫୦ ପର୍ଯ୍ୟନ୍ତ ଏହାକୁ ବ୍ରିଟିଶ୍‍ ଏମ୍ପାୟାର ଗେମ୍‍ସ କୁହା ଯାଉଥିବା ବେଳେ ୧୯୫୪ରୁ ୧୯୬୬ ପର୍ଯ୍ୟନ୍ତ ଏହା ବ୍ରିଟିଶ୍‍ ଏମ୍ପାୟାର ଏଣ୍ଡ୍‍ କମନ୍‍ୱେଲ୍‍ଥ ଗେମ୍‍ସ ନାମରେ ଏବଂ ୧୯୭୦ ରୁ ୧୯୭୪ ପର୍ଯ୍ୟନ୍ତ ଏହା ବ୍ରିଟିଶ୍‍ କମନ୍‍ୱେଲ୍‍ଥ ଗେମ୍‍ସ ଏବଂ ୧୯୭୮ରୁ ଅଦ୍ୟାବଧି ଏହା କମନ୍‍ୱେଲ୍‍ଥ ଗେମ୍‍ସ ବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ନାମରେ ଖେଳାଯାଉଛି। ୧୯୩୦ରେ କାନାଡ଼ାର ହାମିଲ୍‍ଟନରେ ପ୍ରଥମଥର ପାଇଁ ଏହି କ୍ରୀଡ଼ା ଆୟୋଜନ ହୋଇଥିଲା। ଏହାକୁ ମିଶାଇ ୨୦ଟି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ହୋଇସାରିଛି। ୨ୟ ବିଶ୍ୱଯୁଦ୍ଧ ଯୋଗୁଁ ୧୯୪୨ ଓ ୧୯୪୬ରେ ଏହି କ୍ରୀଡ଼ାର ଆୟୋଜନ ହୋଇନଥିଲା।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ ଏହି କ୍ରୀଡ଼ାର ଆୟୋଜନ କରିଥାଏ। ଅଲିମ୍ପିକ୍‍ କ୍ରୀଡ଼ା ପରେ ବିଶ୍ୱରେ ଏହା ୨ୟ ସର୍ବବୃହତ୍‍ କ୍ରୀଡ଼ା ପ୍ରତିଯୋଗିତା। ମୋଟ ୫୩ଟି ରାଜ୍ୟଗୋଷ୍ଠୀ ଦେଶ ଥିଲେ ହେଁ ୭୧ଟି ଦେଶ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥାଆନ୍ତି। ଅଦ୍ୟାବଧି ୯ଟି ଦେଶରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ହୋଇଛି। ଏହି ୯ଟି ଦେଶର ୧୮ଟି ସହର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିଛନ୍ତି। ଅଷ୍ଟ୍ରେଲିଆ (୧୯୩୮, ୧୯୬୨, ୧୯୮୨, ୨୦୦୬) ଓ କାନାଡ଼ା (୧୯୩୦, ୧୯୫୪, ୧୯୭୮, ୧୯୯୪) ସର୍ବାଧିକ ୪ ଥର ଲେଖାଏଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିଥିବା ବେଳେ ଚଳିତ କ୍ରୀଡ଼ା ଗୋଲ୍‍ଡକୋଷ୍ଟରେ ଆୟୋଜନ କରି ଅଷ୍ଟେଲିଆ ରେକର୍ଡ ୫ମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଯାଉଛି। ନ୍ୟୁଜିଲାଣ୍ଡର ଅକ୍‍ଲାଣ୍ଡ (୧୯୫୦, ୧୯୯୦) ଓ ସ୍କଟ୍‍ଲାଣ୍ଡର ଏଡିନ୍‍ବରା (୧୯୭୦, ୧୯୮୬) ହେଉଛନ୍ତି ୨ଟି ସହର; ଯାହା ୨ ଥର ଲେଖାଏଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିଛନ୍ତି। ଅଦ୍ୟାବଧି କେବଳ ୬ଟି ଦେଶ- ଅଷ୍ଟ୍ରେଲିଆ, କାନାଡ଼ା, ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ସ୍କଟ୍‍ଲାଣ୍ଡ ଓ ୱେଲ୍‍ସ ସମସ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଛନ୍ତି। ଏ ପର୍ଯ୍ୟନ୍ତ ଅନୁଷ୍ଠିତ ୨୦ଟି ରାଜ୍ୟଗୋଷ୍ଠୀ କ୍ରୀଡ଼ା ମଧ୍ୟରୁ ଅଷ୍ଟ୍ରେଲିଆ ସର୍ବାଧିକ ୧୨ଟି କ୍ରୀଡ଼ାରେ ପ୍ରଥମ ହୋଇଥିବା ବେଳେ ଇଂଲଣ୍ଡ ୭ଟିରେ ଓ କାନାଡ଼ା ଗୋଟିଏ କ୍ରୀଡ଼ାରେ ପ୍ରଥମ ସ୍ଥାନରେ ରହିଛନ୍ତି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories