BJD Bijuli 480×75 Mob

ହାଇକୋର୍ଟରେ ଆବେଦନ କର : ସୁପ୍ରିମ୍‍କୋର୍ଟ

BJD Bijuli 480×75 Mob
0

ନୂଆଦିଲ୍ଲୀ  : ଓଡ଼ିଶା ହାଇକୋର୍ଟରେ ଜାମିନ ଆବେଦନ କରିବାକୁ ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଆଜି ସୁପ୍ରିମକୋର୍ଟରେ ବିଚାରପତି ଏ କେ ସିକ୍ରି ଓ ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ନବଦିଗନ୍ତ ଚିଟ୍‍ଫଣ୍ଡ ଠକେଇ ଅଭିଯୁକ୍ତ ସାଂସଦ ହାଁସଦାଙ୍କ ଜାମିନ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସ୍ପଷ୍ଟ କରିଥିଲେ। ଏଥିପାଇଁ ଖୁବ୍‍ଶୀଘ୍ର ହାଇକୋର୍ଟରେ ଆବେଦନ କରିବାକୁ ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ମାମଲାର ଶୁଣାଣି ବେଳେ ସିବିଆଇର ଓକିଲ କୋର୍ଟ ଦର୍ଶାଇଥିଲେ ଯେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩ ଅନୁଯାୟୀ ପର୍ଯ୍ୟାପ୍ତ ତଥ୍ୟ ରହିଛି। ଅତିରିକ୍ତ ଚାର୍ଯସିଟରେ ସମସ୍ତ ତଥ୍ୟ ସିବିଆଇ କୋର୍ଟରେ ଉପସ୍ଥାପନ କରାଯାଇଛି। ଆବେଦନକାରୀ ସାଂସଦଙ୍କ ଓକିଲ ଜଗନ୍ନାଥ ପଟ୍ଟନାୟକ ଦର୍ଶାଇଥିଲେ ଯେ ନଭେମ୍ବର ୨୦୧୪ରୁ ଗିରଫ ହୋଇ ସେ ଜେଲ୍‍ରେ ଅଛନ୍ତି। ଗତ ୩୧ ଡିସେମ୍ବର ସୁଦ୍ଧା ତାଙ୍କ ବିରେଧରେ ଥିବା ମାମଲା ଶୁଣାଣି ଶେଷ କରିବା ପାଇଁ ପୂର୍ବରୁ ଓଡ଼ିଶା ହାଇକୋର୍ଟ ନିର୍ଦେଶ ଦେଇଥିଲେ। ତିନିବର୍ଷରୁ ଊଦ୍ଧ୍ୱର୍ ଜେଲ୍‍ରେ ରହିବା ଫଳରେ ଜଣେ ଜନପ୍ରତିନିଧି ଭାବେ ନିଜ କାର୍ଯ୍ୟ କରିପାରୁ ନାହାନ୍ତି। ବିଳମ୍ବିତ ବିଚାର ପ୍ରକ୍ରିୟା ସାଂସଦଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ବୋଲି ଓକିଲ ଜଗନ୍ନାଥ ପଟ୍ଟନାୟକ କୋର୍ଟଙ୍କୁ ଜଣାଇଥିଲେ।

Leave A Reply