ଭାରତର ବିକାଶ ଯାତ୍ରାକୁ ପୁଣି ପୁଟିନଙ୍କ ପ୍ରଶଂସା
ନୂଆଦିଲ୍ଲୀ ; ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଭାରତର ବିକାଶ ଯାତ୍ରାକୁ ପୁଣିଥରେ ପ୍ରଶଂସା କରିଛନ୍ତି । ଭାରତର ନାଗରିକ ପ୍ରତିଭାବାନ ଏବଂ ରାଷ୍ଟ୍ରକୁ ବିକାଶ ରାସ୍ତାରେ ଆଗକୁ ନେବା ପାଇଁ ଅତ୍ୟନ୍ତ ସକ୍ଷମ ବୋଲି ସେ କହିଛନ୍ତି। ଗତକାଲି ଜାତୀୟ ଏକତା ଦିବସ ଅବସରରେ ଋଷିୟାନ୍ ଇତିହାସ ସମିତିର ଦଶମ ବାର୍ଷିକୀ ସମାବେଶକୁ ଉଦ୍ବୋଧନ ଦେଇ ଶ୍ରୀ ପୁଟିନ୍ ଏହା କହିଥିଲେ ।
ଗତ ୨୭ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସ୍ୱାଧୀନ ବୈଦେଶିକ ନୀତିକୁ ସେ ପ୍ରଶଂସା କରିଥିଲେ। ଭାରତ ଏବଂ ଏହାର ନାଗରିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶ୍ରୀ ମୋଦୀ ସ୍ୱାଧୀନ ବୈଦେଶିକ ନୀତି ପ୍ରଣୟନ କରିବାକୁ ସକ୍ଷମ ବୋଲି ରାଷ୍ଟ୍ରପତି ପୁଟିନ୍ ଭାଲଡାଇ ଇଣ୍ଟରନ୍ୟାସନାଲ୍ ଡିସ୍କସନ୍ କ୍ଲବ୍ର ଏକ ଅଧିବେଶନରେ କହିଥିଲେ। ବିଗତ ଦଶନ୍ଧିଗୁଡ଼ିକରେ ଭାରତ ଏବଂ ରୁଷ ଭିତରେ ସ୍ୱତନ୍ତ୍ର ସଂପର୍କ ଗଢ଼ି ଉଠିଛି ବୋଲି କହିବା ସହ ଦୁଇ ଦେଶର ସମ୍ପର୍କ ଭିତରେ କେବେ କୌଣସି ସମସ୍ୟା ପ୍ରତିବନ୍ଧକ ହୋଇନାହିଁ ବୋଲି ସେ କହିଥିଲେ। ସେପ୍ଟେମ୍ବର ମାସରେ ରାଷ୍ଟ୍ରପତି ପୁଟିନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସାଂଘାଇ ସମ୍ମିଳନୀରେ ପରସ୍ପରକୁ ଭେଟିଥିଲେ ଏବଂ ସେଠାରେ ଶ୍ରୀ ମୋଦୀ ରାଷ୍ଟ୍ରପତି ପୁତିନ୍ଙ୍କୁ ୟୁକ୍ରେନ୍ ଯୁଦ୍ଧ ସମାପ୍ତ କରିବା ଲାଗି ଅନୁରୋଧ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ବର୍ତ୍ତମାନର ସମୟ ଯୁଦ୍ଧର ନୁହେଁ, ଶ୍ରୀ ପୁତିନ୍ ଆଲୋଚନାର ରାସ୍ତାକୁ ଆପଣାଇବା ଉଚିତ୍ ।
Comments are closed.