www.samajalive.in
Thursday, December 11, 2025
26.1 C
Bhubaneswar

ୟୁକ୍ରେନର ୧୦ ହଜାର ସୈନ୍ୟ ନିହତ

କିଭ୍‍ : ରୁଷ-ୟୁକ୍ରେନ ଯୁଦ୍ଧର ପ୍ରଥମ ୧୦୦ ଦିନ ମଧ୍ୟରେ ୟୁକ୍ରେନର ପ୍ରାୟ ୧୦ ହଜାର ସୈନ୍ୟଙ୍କର ପ୍ରାଣହାନି ଘଟିଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପରାମର୍ଶଦାତା ଓଲେକ୍ସି ଆରିସ୍ତୋଭିଚ୍‍ କହିଛନ୍ତି। ସାମାଜିକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି ଯେ ସାମ୍ପ୍ରତିକ ସମୟରେ ସେଭରଡନେସ୍କ ଭୟଙ୍କର ଲଢେଇର କେନ୍ଦ୍ରସ୍ଥଳ ପାଲଟିଛି। ୟୁକ୍ରେନ ତାହାର ପ୍ରାୟ ୧୦ ହଜାର ସୈନ୍ୟ ହରାଇଥିବାବେଳେ ରୁଷ ତାହାର ପାଞ୍ଚରୁ ଛଅଗୁଣ ସୈନ୍ୟଙ୍କୁ ହରାଇଲାଣି। ୟୁକ୍ରେନ ତାହାକୁ ତୁରନ୍ତ ଅସ୍ତ୍ରଶସ୍ତ୍ର ଯୋଗାଇଦେବାକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକୁ ଅନୁରୋଧ କରିଛି। ଏଥିସହିତ ଲଢେଇ କାରଣରୁ ବିଭିନ୍ନ ସ୍ଥାନରେ ମାରାତ୍ମକ ରୋଗ ବ୍ୟାପିବା ଆରମ୍ଭ ହୋଇଥିବାରୁ ଏହା ମାନବୀୟ ସହୟତା ଲୋଡିଛି। ୟୁକ୍ରେନ ସାମରିକ ଗୋଇନ୍ଦା ବିଭାଗର ଉପ ମୁଖ୍ୟ ଭାଦିମ୍‍ ସ୍କିବିତସ୍କି କହିଛନ୍ତି, ଯୁଦ୍ଧ ସମ୍ପ୍ରତି ଗୋଳା ବାରୁଦରେ ଚାଲିଛି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ତାଙ୍କ ରାଷ୍ଟ୍ରକୁ କିଭଳି ଅସ୍ତ୍ରଶ୍ରସ୍ତ ସହାୟତା ଯୋଗାଉଛନ୍ତି, ତାହା ଉପରେ ଯୁଦ୍ଧର ଭବିଷ୍ୟତ ନିର୍ଭର କରୁଛି। ରଷର ପ୍ରତି ୧୦ରୁ ୧୫ଟି କମାଣ ସ୍ଥାନରେ ୟୁକ୍ରେନରେ ଗୋଟିଏ କମାଣ ଥିବା ସେ କହିଛନ୍ତି। ମାରିଉପୋଲ ସହରର ମେୟର କହିଛନ୍ତି, ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଏବଂ ମୃତ ଶରୀରଗୁଡିକ ରାସ୍ତାରେ ପଡ଼ି ସଢୁଛି। ଅନ୍ୟପକ୍ଷରେ ୟୁକ୍ରେନ ରୁଷ ସୈନ୍ୟଙ୍କ ଦ୍ୱାରା ଅଧିକୃତ ତାହାର ପରମାଣୁ କେନ୍ଦ୍ର ଏବଂ ଆଇଏଇଏ ମଧ୍ୟରେ ଇଣ୍ଟରନେଟ ସଂଯୋଗ ପୁନଃବାହାଲ କରିଛି। ୟୁକ୍ରେନର ସରକାରୀ ପରମାଣୁ ସଂସ୍ଥା ଏନରଗୋତମ୍‍ ପକ୍ଷରୁ ଶନିବାର କୁହାଯାଇଛି ଯେ ଏହା ଜାପୋରିଜିଆସ୍ଥିତ ପରମାଣୁ ଶକ୍ତି କେନ୍ଦ୍ର ଏବଂ ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା ମଧ୍ୟରେ ଯୋଗାଯୋଗ ପୁନର୍ବାର ସ୍ଥାପନ କରିବାରେ ସଫଳ ହୋଇଛି। ଉକ୍ତ ପ୍ରକଳ୍ପର ସର୍ଭର ସହିତ ଆଇଏଇଏର ସମ୍ପର୍କ ମେ ୩୦ରେ ବିଚ୍ଛିନ୍ନ ହୋଇଯାଇଥିଲା।
ୟୁକ୍ରେନ ଉପ କୃଷିମନ୍ତ୍ରୀ ତାରାସ ଭ୍ୟୋସ୍ତସ୍କି କହିଛନ୍ତି, ଗତ ସପ୍ତାହରେ ଦେଶର ଶସ୍ୟ ଭଣ୍ଡାରଗୁଡିକ ଉପରେ ରୁଷ ସୈନ୍ୟ ଆକ୍ରମଣ କରିବା ଦ୍ୱାରା ସେଗୁଡିକ ନଷ୍ଟ ହୋଇଯାଇଛି। ସେଠାରେ ପ୍ରାୟ ୩ ଲକ୍ଷ ଟନ୍‍ ଗହମ ଓ ମକା ମହଜୁଦ ଥିଲା। ଯୁଦ୍ଧ ଚତୁର୍ଥ ମାସରେ ପହଞ୍ଚିଥିବାବେଳେ ରୁଷ ସୈନ୍ୟମାନେ ଅଧିକ ଘାତକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ୟୁକ୍ରେନ ଓ ବ୍ରିଟେନ ଅଧିକାରୀ କହିଛନ୍ତି। ଏଗୁଡିକ ଗଣବିଧ୍ୱଂସୀ ଅସ୍ତ୍ରଶସ୍ତ୍ର ଏବଂ ଏହାକୁ ବ୍ୟବହାର କରି ରୁଷ ସୈନ୍ୟ ୟୁକ୍ରେନର ପୂର୍ବ ଭାଗରେ ଆଗକୁ ବଢ଼ିବା ନିମନ୍ତେ ଉଦ୍ୟମ କରୁଥିବା ସେମାନେ ଚେତାବନୀ ଦେଇଛନ୍ତି। ରୁଷ ପକ୍ଷରୁ ଜାହାଜ ଓ ବିମାନ ବିଧ୍ୱଂସୀ କ୍ଷେପଣାସ୍ତ୍ରକୁ ୟୁକ୍ରେନରେ ସ୍ଥଳ ଭାବରେ ବ୍ୟବହାର କରାଯାଉଥିବା ସେମାନେ କହିଛନ୍ତି। ସିଙ୍ଗାପୁରଠାରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଆଲୋଚନା କାଳରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ତାଙ୍କ ରାଷ୍ଟ୍ରରେ ଚାଲିଥିବା ଯୁଦ୍ଧର ପରିଣତି କେବଳ ତାଙ୍କ ଦେଶ ନୁହେଁ, ଆନ୍ତର୍ଜାତିକ ବ୍ୟବସ୍ଥାର ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରିବାକୁ ଯାଉଛି। ତାଙ୍କ ଦେଶର ସୈନ୍ୟମାନେ ରୁଷ ସୈନ୍ୟଙ୍କୁ ସେମାନେ ଦଖଲ କରିଥିବା ଅଞ୍ଚଳରୁ ହଟାଇବାକୁ ପ୍ରୟାସ କରୁଥିବାବେଳେ ସମ୍ପ୍ରତି ସେଭରଡନେସ୍କରେ ଦୁଇପକ୍ଷ ମଧ୍ୟରେ ସମ୍ମୁଖ ଯୁଦ୍ଧ ଚାଲିଛି। ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ଯୋଗଦେଇ ଜେଲେନସ୍କି କହିଥିଲେ ଯେ ପାଶ୍ଚାତ୍ୟ ଏବଂ ଏସୀୟ ରାଷ୍ଟ୍ରଗୁଡିକ ପକ୍ଷରୁ ତାଙ୍କ ଦେଶକୁ ଯେଉଁଭଳି ସହାୟତା ମିଳିଛି ସେଥିପାଇଁ ସେ କୃତଜ୍ଞ ଏବଂ ଏହି ସହାୟତା ଜାରି ରହିବାର ଜରୁରୀ ଆବଶ୍ୟକତା ରହିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ ପ୍ରସ୍ତୁତ ହେଉଥିବା ସମ୍ପର୍କରେ ଆମେରିକା ଦେଇଥିବା ଗୋଇନ୍ଦା ସୂଚନାକୁ ଜେଲେନସ୍କି କର୍ଣ୍ଣପାତ କରିନଥିଲେ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories