୨୦୨୨ ପରଠୁ ୟୁକ୍ରେନ ଉପରେ ରୁଷ୍‌ର ସବୁଠୁ ବଡ଼ ଏୟାର ଷ୍ଟ୍ରାଇକ୍‌; ୧୨ ମୃତ

କିଭ୍‌: ରୁଷ୍‌ ଓ ୟୁକ୍ରେନ ମଧ୍ୟରେ ଗତ ଦେଢ ବର୍ଷରୁ ଅଧିକ ସମୟରେ ଧରି ଘମାଘୋଟ ଯୁଦ୍ଧ ଚାଲିଛି। ଇତି ମଧ୍ୟରେ ୟୁକ୍ରେନ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, କିଭ୍‌ରେ ଆବାସିକ ଅଟ୍ଟାଳିକାଗୁଡ଼ିକ ଉପରେ ମିଶାଇଲ୍‌ ଆକ୍ରମଣ କରିଛି ରୁଷ୍‌ ସେନା। ଏଥିରେ ୧୨ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ସହରର ସାମରିକ ପ୍ରଶାସନ କହିଛି ଯେ, ରାଜଧାନୀରେ ୧୦ ଜଣ ଲୋକ ଭଗ୍ନାବଶେଷ ତଳେ ଚାପିହୋଇ ରହିଛନ୍ତି। ଅପରପକ୍ଷେ, ନିପ୍ରୋ ସହରରେ ଏକ ପ୍ରସୂତୀ ୱାର୍ଡ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି କିନ୍ତୁ ଏଥିରେ ମୃତାହତ ନେଇ କୌଣସି ଖବର ନାହିଁ।

prayash

ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ଟେଲିଗ୍ରାମ ମେସେଞ୍ଜରରେ କହିଛନ୍ତି, ରୁଷ୍‌ ନିଜ ଶସ୍ତ୍ରାଗାରରେ ଥିବା ସମସ୍ତ ଜିନିଷ ବ୍ୟବହାର କରି ଆକ୍ରମଣ କରିଛି। ପ୍ରାୟ ୧୧୦ ମିଶାଇଲ୍‌ ନିକ୍ଷେପ କରାଯାଇଛି, ସେଗୁଡ଼ିକ ମଧ୍ୟରୁ ଅଧିକାଂଶକୁ ଗୁଳି କରି ଖସାଇ ଦିଆଯାଇଛି।

ବାୟୁସେନା କମାଣ୍ଡର ମାଇକୋଲ ଓଲେଶଚୁକ ଟେଲିଗ୍ରାମ ମେସେଞ୍ଜର ଜରିଆରେ ୨୦୨୨ରେ ରୁଷ୍‌ର ଆକ୍ରମଣ ପରଠାରୁ ଏହା ଏପର୍ଯ୍ୟନ୍ତର ସବୁଠୁ ବଡ଼ ଏୟାର ଷ୍ଟ୍ରାଇକ୍‌ ବୋଲି କହିଛନ୍ତି। ଏହି ଆକ୍ରମଣରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି, ଶିଳ୍ପ ଏବଂ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇଥିବା ସେନା ମୁଖ୍ୟ ଜେନେରାଲ ଭାଲେରୀ ଜାଲୁଝ୍‌ନୀ କହିଛନ୍ତି।

Comments are closed.