www.samajalive.in
Tuesday, December 9, 2025
23.1 C
Bhubaneswar

ମଧ୍ୟପ୍ରାଚ୍ୟ ସଙ୍କଟ: ଆରବ ଦେଶଗୁଡ଼ିକ ସହିତ ଜରୁରୀ ବୈଠକ କଲା ରୁଷ

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି। ଇସ୍ରାଏଲ-ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଅନ୍ୟ ଦେଶକୁ ବ୍ୟାପିଲାଣି। ପ୍ରଥମେ ହମାସ, ପରେ ହେଜବୋଲ୍ଲା ଏବଂ ଏବେ ଇରାନ ସହିତ ଇସ୍ରାଏଲର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ପକ୍ଷରୁ ଗାଜାରେ ହମାସ ଏବଂ ଲେବାନନରେ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ସହିତ ଯୁଦ୍ଧ ଚଳାଇଥିବାବେଳେ ଏଥିରେ ସାମିଲ ହୋଇଛି ଇରାନ। ମଙ୍ଗଳବାର ଇରାନ ପକ୍ଷରୁ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯିବା ପରେ ପରିସ୍ଥିତି ଅଧିକ ସଙ୍କଟଜନକ ହୋଇଛି। ଏହି ପରିପ୍ରେକ୍ଷୀରେ ରୁଷ ମଧ୍ୟପ୍ରାଚ୍ୟର ପରିସ୍ଥିତିକୁ ନେଇ ଆରବ ଦେଶଗୁଡ଼ିକ ସହିତ ବୁଧବାର ଜରୁରୀ ବୈଠକ କରିଛି।

ରୁଷ ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭରୋଭ ଆରବ ଦେଶର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି। ମଧ୍ୟପ୍ରାଚ୍ୟ ସ୍ଥିତି ନେଇ ଆରବ ଦେଶଗୁଡ଼ିକ ରୁଷ ସହିତ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। ଏହା ପରେ ରୁଷ ଉକ୍ତ ଦେଶଗୁଡ଼ିକ ସହିତ ଜରୁରୀ ବୈଠକ କରିଥିବା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାରିଆ ଜଖାରୋଭା କହିଛନ୍ତି। ତେବେ ବୈଠକରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡ଼ିନାହିଁ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories