ମା ରୂଚିକାବାସିନୀ ରଜ ମହୋତ୍ସବ

ବାଙ୍କୀ : ଓଡିଆ ସଂସ୍କୃତି ଜାଗରଣ ପରିଷଦ,ବାଙ୍କୀ ଆନୁକୂଲ୍ୟରେ ଶୁକ୍ରବାର ସନ୍ଧ୍ୟାରେ ମା ରୂଚିକବାସିନୀ ରଜ ମହୋତ୍ସବ-୨୦୨୨ର ଚତୁର୍ଥ ସନ୍ଧ୍ୟା ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ ଗ୍ରାମାଞ୍ଚଳରୁ ବହୁ ରଜ ପ୍ରେମୀ ମହୋତ୍ସବରେ ଭିଡ ଜମାଇ ୨ବର୍ଷ ପରେ ଖୁସିରେ ମନୋରଂଜନରେ ସାମିଲ ହୋଇଛନ୍ତି । ଏହି ଅବସରରେ ସନ୍ଧ୍ୟାରେ ରଜ କମିଟିର ସଭାପତି ସଚ୍ଚିଦାନନ୍ଦ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାକୁ ମୁଖ୍ୟଅତିଥି ଭାବରେ ବାଙ୍କୀ ଉପଜିଲ୍ଲାପାଳ ରଂଜନ କୁମାର ଜେନା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବରେ ବାଙ୍କୀ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗେଶ୍ୱର ନାୟକ, ସମ୍ମାନିତ ଅତିଥି ଅଧ୍ୟାପକ ମନୋଜ କୁମାର ମହାପାତ୍ର, ବାଙ୍କୀ ଉପନଗାରପାଳ ସନ୍ତୋଷ କୁମାର ରଣା, ଯୁବ ସମାଜସେବୀ ନଳିନୀ କୁମାର ରାୟ ପ୍ରମୁଖ ଯୋଗଦେଇ ମା ରୂଚିକବାସିନୀ ରଜ ମହୋତ୍ସବ ଅଂଚଳର ସମୃଦ୍ଧ କଳା, ସାହିତ୍ୟ, ସଂସ୍କୃତି, ଲୋକକଳା ଓ ପାରମ୍ପରିକ ଉତ୍ସବର ଏକ ସଂଯୋଗ ସ୍ଥାପନ କରିଥିବା ପ୍ରକାଶ କରିଥିଲେ। ଆୟୋଜିତ ଉତ୍ସବରେ ସମ୍ପାଦକ ଅଶୋକ କୁମାର ଗିରି ସମ୍ପାଦକୀୟ ବିବରଣୀ ପାଠ କରିଥିଲା ବେଳେ ଅନ୍ୟତମ ଉପସଭାପତି ନକୂଳ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ। ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପସଭାପତି ନକୂଳ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପରିଚାଳନା କମିଟିର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ନୂରଙ୍ଗୀନ ଆଲୋକ ସାଜସଜ୍ଜାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନମୋହିଥିଲା । ମିନାବଜାର, ରାମଦୋଳି ଓ ଦିନରେ ପାରମ୍ପରିକ ରଜ ଦୋଳି ଶିଶୁ ଠାରୁ ଯୁବ ପିଢୀ ପର୍ଯ୍ୟନ୍ତ ମଜା ନେଇଥିଲେ।

kalyan agarbati

Comments are closed.