ଆରଟିଓ-୧ ପରିସରରୁ ଦଲାଲଙ୍କ ଘର ଭାଙ୍ଗିଲା ପ୍ରଶାସନ

ଭୁବନେଶ୍ବର: ଆରଟିଓ ଅଫିସକୁ ସମ୍ପୂର୍ଣ୍ଣରୂପେ ଦଲାଲ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟପକ ପଦକ୍ଷପ ନିଆଯାଉଛି। ସାଧାରଲୋକେ ଯେପରି ଦଲାଲଙ୍କ ଶିକାର ନ ହେବେ ସେଥିପାଇଁ ପ୍ରଶାସନ ତତ୍ପର ହୋଇ ଉଠିଛି। ଭୁବନେଶ୍ବର ଆରଟିଓ-୧ ପରିସରରେ ଥିବା ଝୁମ୍ପୁଡି ଘର ଓ କ୍ୟାବିନକୁ ବିଡିଓ ଏବଂ ବିଏମସି ପକ୍ଷରୁ ସୋମବାର ଭାଙ୍ଗି ଦିଆଯାଇଛି ।

prayash

ସୂଚନା ଅନୁଯାୟୀ, ପ୍ରତି ଆରଟିଓ କାର୍ଯ୍ୟାଳୟରେ କିଓସ୍କ ମେସିନ୍‍ ଓ ସିସିଟିଭି ବାଧ୍ୟତାମୂଳକ କରାଯାଇଛି। ଆରଟିଓ କାର୍ଯ୍ୟାଳୟର କର୍ମଚାରୀମାନେ ବ୍ୟାଣ୍ଡ ବାନ୍ଧିବେ ଯାହା ଦ୍ୱାରା ସାଧାରଣ ଲୋକ ଆରଟିଓ କର୍ମଚାରୀଙ୍କୁ ଚିହ୍ନିପାରିବେ ଏବଂ ଦଲାଲ କବଳରେ ପଡିବେ ନାହିଁ। ଆରଟିଓ ପରିସରରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ ନୀଳ ରଙ୍ଗର ବ୍ୟାଣ୍ଡ, ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ସବୁଜ ରଙ୍ଗର ବ୍ୟାଣ୍ଡ ଏବଂ ସ୍ମାଟ ଚିଫ୍‍ କମ୍ପାନୀର କର୍ମଚାରୀ ହଳଦିଆ ରଙ୍ଗର ବ୍ୟାଣ୍ଡ ବାନ୍ଧିବାକୁ ନିଷ୍ପତ୍ତି ହୋଇଥିଲା । ଏଥି ସହିତ ଲୋକଙ୍କ ଅଭିଯୋଗର ଣୁଣାଣି ପାଇଁ ଏକ ହେଲପ୍‍ ଲାଇନ ୧୮୦୦୩୪୫୧୦୭୩ ନମ୍ବର ଜାରି କରାଯାଇଥିଲା । ଆରଟିଓ କାର୍ଯ୍ୟାଳୟ ମଧ୍ୟରେ ମିଳୁଥିବା ସମସ୍ତ ସେବାର ଦେୟ କେତେ ରହିଛି ତା’ର ଏକ ତାଲିକା କାର୍ଯ୍ୟାଳୟ ପରିସରରେ ପ୍ରଦର୍ଶନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା ।

kalyan agarbati

Comments are closed.