ସ୍ତ୍ରୀର ତଣ୍ଟିକାଟିଥିଲା ସ୍ବାମୀ, ୬ ମାସ ପରେ ଗିରଫ
ଭୁବନେଶ୍ବର: ଟ୍ରେନ ଟଏଲେଟରୁ ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ସ୍ବାମୀକୁ ଆରପିଏଫ ଗିରଫ କରିଛି। ଘଟଣାର ୬ ମାସ ପରେ ଅଭିଯୁକ୍ତ ସ୍ବାମୀକୁ ସୁରତରୁ ଗିରଫ କରାଯାଇଛି। ଅଭିଯୁକ୍ତକୁ ଗିରଫ କରି ଓଡ଼ିଶା ଆଣୁଛି ଜିଆରପି। ଅଭିଯୁକ୍ତ ସ୍ବାମୀର ଦ୍ବିତୀୟ ସ୍ତ୍ରୀ ଥିଲା ମୃତ ମହିଳା। ଅଭିଯୁକ୍ତ ସ୍ବାମୀ ଓଡ଼ିଶା ଆସିବାପରେ ହତ୍ୟାର ଗୁମର ଖୋଲିବ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ସ୍ବାମୀ କ’ଣ ପାଇଁ ତା’ର ଦ୍ବତୀୟ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଥିଲା ତାହା ପୁଲିସ ତଦନ୍ତ ପରେ ପର୍ଦ୍ଦାଫାଶ କରିବ। ଏପ୍ରେଲ ୨୦ରେ ଭୁବନେଶ୍ବର-ଧାନବାଦ ଏକ୍ସପ୍ରେସରୁ ମହିଳାଙ୍କ ମୃତଦେହ ମିଳିଥିବାବେଳେ ଆରପିଏଢ଼ ପୁଲିସ ଏହି ହତ୍ୟା ଘଟଣାର ତଦନ୍ତ ଜାରି ରଖିଛି।
Comments are closed.