www.samajalive.in
Saturday, December 13, 2025
23.1 C
Bhubaneswar

ଶିଲାଙ୍କ ଶପଥ ଗ୍ରହଣ ସମାରୋହରେ ଟାଇଟଲରଙ୍କ ଉପସ୍ଥିତିକୁ ନେଇ ବିବାଦ

ଲକ୍ଷ୍ନୌ : ଦିଲ୍ଲୀ କଂଗ୍ରେସ ସଭାପତି ଭାବେ ଶିଲା ଦିକ୍ଷୀତଙ୍କ ଶପଥ ଗ୍ରହଣ ଉତ୍ସବରେ ଦଳୀୟ ନେତା ତଥା ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲାର ଅଭିଯୁକ୍ତ ଜଗଦ୍ଦିଶ ଟାଇଟଲାର ଯୋଗ ଘଟଣାକୁ ନେଇ ନୂତନ ବିବାଦ ମୁଣ୍ଡ ଟେକିଛି। ଏଠାକାର ରାଜୀବ ଭବନଠାରେ ବୁଧବାର ଆୟୋଜିତ କାର୍ଯ୍ୟକ୍ରମରେ ଟାଟଲରଙ୍କୁ ଆଗଧାଡିରେ ଆସନ ପ୍ରଦାନ କରା ଯାଇଥିଲା। ଏଥିରେ ଶିରୋମଣି ଦଳ କ୍ଷୁବ୍ଧ ହେବା ସହ ଏହାର ପ୍ରତିବାଦ କରିଛି। ଶିଖମାନଙ୍କ ଭାବନା ପ୍ରତି କଂଗ୍ରେସର କୌଣସି ସମ୍ମାନ ନ ଥିବା ଅକାଳି ଦଳ ଅଭିଯୋଗ କରିଛି। ବିଜେପିର ସହଯୋଗୀ ଶିରୋମଣି ଅକାଳୀ ଦଳର ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ହରସିମରତ କୌର କହିଛନ୍ତି, ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପରିବାର ଯାହା କରିଥିଲେ ରାହୁଲ ମଧ୍ୟ ସେ ପଥ ଅବଲମ୍ବନ କରିଛନ୍ତି। ଏହା ଶିଖଙ୍କ ମନୋଭାବ ପ୍ରତି ଆଦୌ ସମ୍ମାନ ନ ଥିବା ପ୍ରକାଶ କରୁଛି। ଅନ୍ୟ ଜଣେ ଶିରୋମଣି ଅକାଳୀ ଦଳର ନେତା ମଞ୍ଜିନ୍ଦର ସିଂହ ସିର୍ସା କହିଛନ୍ତି ମାମଲାର ସାକ୍ଷୀ, ପୁଲିସ ତଥା ବିଚାରବିଭାଗକୁ ପରୋକ୍ଷରେ ଭୟଭୀତ କରାଇବା ଉଦ୍ଦେଶ୍ୟରେ କଂଗ୍ରେସ ଟାଇଟଲରଙ୍କୁ ଆଗଧାଡିରେ ଆସନ ପ୍ରଦାନ କରିଛି। ଏହି ମାମଲାରେ ସଜ୍ଜନ କୁମାରଙ୍କ ଭଳି ଟାଇଟଲର ଏବଂ କମଳ ନାଥଙ୍କୁ ମଧ୍ୟ ଜେଲ ହେବା ନେଇ କଂଗ୍ରେସ ଆଶଙ୍କାରେ ଥିବା ସେ କହିଛନ୍ତି। ଉଲ୍ଲେଖ ଯେ ୧୯୮୪ ଅକ୍ଟୋବର ୩୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ସୃଷ୍ଟ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ଟାଇଟଲର ଅଭିଯୁକ୍ତ ଅଛନ୍ତି। ଏହି ମାମଲାରେ ଅଭିଯୁକ୍ତ ଥିବା ଦଳୀୟ ନେତାଙ୍କୁ କଂଗ୍ରେସ ସୁରକ୍ଷା ଦେଉଥିବା ବିଭିନ୍ନ ଦଳ ଅଭିଯୋଗ କରିଆସୁଛନ୍ତି। ଗତ ମାସରେ ମାମଲାର ଅନ୍ୟତମ ଅଭିଯୁକ୍ତ ସଜ୍ଜନ କୁମାରଙ୍କୁ ଦିଲ୍ଲୀ ହାଇକୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ପରେ ସଜ୍ଜନଙ୍କୁ କଂଗ୍ରେସରୁ ଇସ୍ତଫା ​‌ଦେବାକୁ ପଡିଥିଲା।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories