ବେଜିଂ : ଦେଶର ଚନ୍ଦ୍ର ଅଭିଯାନରେ ଅପୂର୍ବ ସଫଳତା ଲାଭ କରିଛି ଚୀନ୍। ପ୍ରଥମ ଥର ପାଇଁ ଚନ୍ଦ୍ରରେ ଚୀନ୍ର ମହାକାଶଚାରୀମାନେ ଚାରା ଲଗାଇବା ସହ ଏହାକୁ ୯ ଦିନରୁ ଅଧିକ ସମୟ ବଞ୍ଚାଇ ରଖିଥିବା ଦାବି କରିଛନ୍ତି। ଗତ ୧୨ତାରିଖରେ ଏହି ଚାରାର ଫଟୋ ମଧ୍ୟ ସେମାନେ ଜାରି କରିଛନ୍ତି। ଚୋଙ୍ଗକ୍ବିଙ୍ଗ୍ ବିଶ୍ବବିଦ୍ୟାଳୟର ଗବେଷକମାନେ କହିଛନ୍ତି ଯେ ପରୀକ୍ଷାମୂଳକ ଭାବେ ଚନ୍ଦ୍ରରେ ଚାରା ରୋପଣ କରାଯାଇଥିଲା ଓ ଏହା ବଞ୍ଚିବା ସହ ବଢ଼ୁଛି। ଏହାର ପରୀକ୍ଷାରୁ ଚାରାଟି ଅଧିକ ବଢ଼ିବାର ସମସ୍ତ ସୂଚନା ମିଳୁଛି ବୋଲି ସେମାନେ କହିଛନ୍ତି। ଗତ ସପ୍ତାହରେ ଚନ୍ଦ୍ରର ଅପରପାର୍ଶ୍ବରେ ମହାକାଶ ଯାନ ଅବତରଣ କରାଇବାରେ ବିଶ୍ବର ପ୍ରଥମ ରାଷ୍ଟ୍ର ଚୀନ୍ ଆଗକୁ ଆହୁରି ୪ଟି ଅଭିଯାନର ଯୋଜନା ରଖିଛି। ଏଥିରୁ ଦୁଇଟି ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଏହା ମାଧ୍ୟମରେ ଚନ୍ଦ୍ରରୁ ବିଭିନ୍ନ ଜୈବସାମଗ୍ରୀ ପରୀକ୍ଷା ପାଇଁ ଆଣିବା ଯୋଜନା ଥିବା ଚୀନ୍ର ଜାତୀୟ ମହାକାଶ ପରିଚାଳନା ସଂସ୍ଥାର ଉପମୁଖ୍ୟ ଉ ୟାନହୁଆ କହିଛନ୍ତି।
Popular Categories



