www.samajalive.in
Sunday, December 7, 2025
23.1 C
Bhubaneswar

ରାଉରକେଲାରେ ୨ଟି ଅଜଗର ଉଦ୍ଧାର

ସାରନଗରୀ,: ଆଜି ଭିନ୍ନ ଭିନ୍ନ ଜାଗାରୁ ଦୁଇଟି ଅଜଗର ସାପ ଉଦ୍ଧାର କରାଯାଇଛି। ସେକ୍ଟର ୧୩ସ୍ଥିତ ବି -୬୧ରୁ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ଅଜଗର ସାପ ଉଦ୍ଧାର ହୋଇଛି। ସାପଟିର ଲମ୍ବ ପ୍ରାୟ ୬ ଫୁଟ ହେବ ବୋଲି ଅନୁମାନ କରାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ ଯେ ଆଜି ସନ୍ଧ୍ୟାରେ ଘର ଭିତରେ ଅଜଗର ସାପ ବିଚରଣ କରୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। କାଳ ବିଳମ୍ବ ନକରି ଏହି ଘଟଣା ସମ୍ବନ୍ଧରେ ସ୍ନେକ ହେଲପ୍‌ଲାଇନର ସଦସ୍ୟ କମଳାକାନ୍ତ ବାରିକଙ୍କୁ ଫୋନ ଯୋଗେ ଖବର ଦେଇଥିଲେ। ଏହାପରେ ଘଟଣା ସ୍ଥଳରେ ଶ୍ରୀ ବାରିକ ଓ ଆର୍ମି ସଙ୍ଗଠନର ସଦସ୍ୟ କୁନା ମହାଳିକ ଓ ନିରଞ୍ଜନ ମଲ୍ଲିକ ପହଞ୍ଚି ସାପ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । କିଛି ସମୟ ପରେ ୬ ଫୁଟର ଉକ୍ତ ଅଜଗର ସାପକୁ ଆୟତ୍ତକୁ ଅଣାଯାଇଥିଲା। ସେହିପରି ଆଜି ନିୟୁ ପ୍ଲେଟ ମିଲରେ ସନ୍ଧ୍ୟା ୫ଟାରେ ମଧ୍ୟ ଏକ ୭ଫୁଟର ଅଜଗର ସାପ ଉଦ୍ଧାର କରାଯାଇଥିଲ। ବନବିଭାଗ ସହାୟତାରେ ଅଜଗରକୁ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories