www.samajalive.in
Sunday, December 7, 2025
23.1 C
Bhubaneswar

ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ ଘଟଣା:ଇଟାଭାଟି ସୁପରଭାଇଜର ଗିରଫ, ମାଲିକ ଫେରାର

ରାଉରକେଲା : ରାଉରକେଲା ବନଖଣ୍ଡର ପାନପୋଷ ବନାଞ୍ଚଳ ଅନ୍ତର୍ଗତ ନୂଆଗାଁରେ ୧୦ ତାରିଖରେ ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହାତୀ ମୃତ୍ୟୁ ପାଇଁ ସେଠାକାର ଜଣେ ଇଟାଭାଟି ମାଲିକ ଇମ୍‌ତିଆଜ ଆଲମଙ୍କୁ ବିଭାଗ ଦାୟୀ କରିଛି। ଇମତିଆଜ ଫେରାର ଥିବାବେଳେ ତାର ସୁପରଭାଇଜର ଭାବେ କାମ କରୁଥିବା ଚନ୍ଦ୍ରମଣୀ ରଣାଙ୍କୁ ଗିରଫ କରାଯାଇଛି।

ଇଟାଭାଟିକୁ ୧୯ ବର୍ଷ ହେଲା ସଂଯୋଗ ହୋଇଥିବା ଚୋରା ବିଦ୍ୟୁତ୍‌ ତା’ର ଲାଗି ଏଭଳି ଦୁର୍ଘଟଣା ଘଟଛି ବୋଲି ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ କହିଛନ୍ତିି। ଶ୍ରୀ ସେଠୀ କହିଲେ ଯେ, ପାନପୋଷ ବନାଞ୍ଚଳ ଅନ୍ତର୍ଗତ ବଲାଣୀ ପଞ୍ଚାୟତର ନୂଆଗାଁ ଅଞ୍ଚଳରେ ଏକ ହାତୀ ପଲ ଚଳପ୍ରଚଳ କରୁଥିଲେ। ଏହି ସମୟରେ ଏକ ମାଈ ହାତୀକୁ ବିଦ୍ୟୁତ୍‌ ଆଘାତ ଲାଗିବାରୁ ସେଠାରେ ତା’ର ମୃତ୍ୟୁ ହୋଇଯାଇଥିଲା।

- Advertisement -

ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ କରିିଥିଲେ। ତଦନ୍ତ ବେଳେ ଦୁର୍ଘଟଣାସ୍ଥଳରୁ ଅଳ୍ପ ଦୂରରେ ଇଟାଭାଟି ରହିଛି। ଭାଟି ମାଲିକ ଇମ୍‌ତିଆଜ ହୁକ ପକାଇ ବିଦ୍ୟୁତ୍‌ ବ୍ୟବହାର କରୁଥିବା ଜଣାପଡ଼ିଥିଲା। ବିଦ୍ୟୁତ୍‌ ତା’ର ଓହଳି ପଡ଼ିଥିବା ବେଳେ ମଝିରେ ମଝିରେ କଟିଯାଇଛି। ହାତୀ ପଲ ରାସ୍ତାରେ ଯାତାୟତ ବେଳେ ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସିବାରୁ ଏଭଳି ଘଟଣା ଘଟିଥିବା ଶ୍ରୀ ସେଠୀ କହିଥିଲେ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories