ରୁଟି ନୁଡୁଲ୍ସ

0

ଆବଶ୍ୟକ ସାମଗ୍ରୀ:
ରୁଟି- ୬ଟି(ଲମ୍ବା କଟା ହୋଇଥିବା)
ପିଆଜ- ୨ଟି(କଟା)
ଟମାଟୋ- ୩ଟି
ଗାଜର- ୧ଟି
କଞ୍ଚା ଲଙ୍କା- ୨ଟି
ସୋୟା ସସ୍‍- ୧ଚାମଚ
ଟମାଟୋ ସସ୍‍- ୧ଚାମଚ
ଧନିଆ ଗୁଣ୍ଡ- ୧ଚାମଚ
ଲଙ୍କା ଗୁଣ୍ଡ-୧ଚାମଚ
ହଳଦୀ ଗୁଣ୍ଡ- ୧ଚାମଚ
ଗରମ ମସଲା- ୧ଚାମଚ
ଲୁଣ- ସ୍ୱାଦ ଅନୁଯାୟୀ
ଧନିଆ ପତ୍ର
ତେଲ- ଆବଶ୍ୟକ ଅନୁଯାୟୀ

prayash


ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ କଡେଇରେ ତେଲ ଗରମ କରନ୍ତୁ। ସେଥିରେ ୩ମିନିଟ ପର୍ଯ୍ୟନ୍ତ କଟା ହୋଇଥିବା ପିଆଜ,କଞ୍ଚା ଲଙ୍କା ପକାଇ ଭାଜନ୍ତୁ। ତାପରେ ସେଥିରେ ଗାଜର,ଟମାଟୋ ପକାଇ ୫ମିନିଯ ପର୍ଯ୍ୟନ୍ତ ଭାଜନ୍ତୁ। ପରିବା ଭାଜିହୋଇଯିବା ପରେ ସେଥିରେ ଲୁଣ ଓ ସମସ୍ତ ମସଲା ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ତାପରେ ସେଥିରେ ସୋୟା ସସ୍‍ ଓ ଟମାଟୋ ସସ୍‍ ପକାଇ ମିଶାଇ ଦିଅନ୍ତୁ। ବର୍ତ୍ତମାନ ସେଥିରେ ପୂର୍ବରୁ କଟା ହୋଇଥିବା ରୁଟିକୁ ପକାଇ ମିଶାଇ କିଛି ସମୟ ଗ୍ୟାସରେ ରଖନ୍ତୁ। ତା ଉପରେ ଧନିଆ ପତ୍ର ପକାଇ ଗରମ ଗରମ ଖାଆନ୍ତୁ।

kalyan agarbati
Leave A Reply