ରୋନାଲ୍‍ଡୋ ୟୁରୋପ୍‍ର ସର୍ବାଧିକ ସ୍କୋରର

0

ମସ୍କୋ : ସଂପ୍ରତି ଫିଫା ବିଶ୍ୱକପ ଖେଳୁଥିବାବେଳେ ପର୍ତ୍ତୁଗାଲର ତାରକା ଫୁଟବଲର କ୍ରିଷ୍ଟିଆନୋ ରୋନାଲଡୋ ଆଉ ଏକ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ବୁଧବାର ଏଠାରେ ମରକ୍କୋ ବିପକ୍ଷ ଏକ ଲିଗ୍‍ ମ୍ୟାଚର ୪ର୍ଥ ମିନିଟରେ ପର୍ତ୍ତୁଗାଲ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିବା ଅବସରରେ ରୋନାଲଡୋ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରଥମ ୟୁରୋପୀୟ ଖେଳାଳିଭାବେ ରୋନାଲଡୋ ଆନ୍ତର୍ଜାତିକ ସର୍କିଟରେ ସର୍ବାଧିକ ଗୋଲ ସ୍କୋର କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ରୋନାଲଡୋ ୧୫୨ତମ ମ୍ୟାଚରେ ୮୫ଟି ଗୋଲ ସ୍କୋର କରିଛନ୍ତି। ଏଥିସହିତ ସେ ହଙ୍ଗେରୀ ଓ ସ୍ପେନର ତାରକା ଫରୱାର୍ଡ ଫେରେଙ୍କ୍‍ ପୁସ୍‍କାସ୍‍ଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ପୁସ୍‍କାସ୍‍ ୮୯ଟି ମ୍ୟାଚ ଖେଳି ୮୪ଟି ଗୋଲ ସ୍କୋର କରିଥିଲେ। ତେବେ ଆନ୍ତର୍ଜାତିକସ୍ତରରେ ସର୍ବାଧିକ ଗୋଲ ଦେବାର ରେକର୍ଡ ଇରାନର ପୂର୍ବତନ ଫୁଟବଲର ଅଲ୍ଲୀ ଦାଇଙ୍କ ନାମରେ ରହିଛି। ସେ ୧୪୯ଟି ମ୍ୟାଚ ଖେଳି ୧୦୯ଟି ଗୋଲ ସ୍କୋର କରିଛନ୍ତି।

Leave A Reply