ଭାରତର ଏହି ସହରରେ ହେଉଛି ୭୮% ସଡକ ଦୁର୍ଘଟଣା

ନୂଆଦିଲ୍ଲୀ : ସାରା ଦୁନିଆରେ ସଡକ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ମାମଲାରେ ଭାରତ ଆଗରେ ରହିଛି । ଆକୋ ଦ୍ବାରା ଜାରି ଆକ୍ସିଡେଣ୍ଟ ଇଣ୍ଡେକ୍ସ ୨୦୨୪ ଅନୁସାରେ ଭାରତର ମେଟ୍ରୋ ସହରରେ ସମସ୍ତ ସଡକ ଦୁର୍ଘଟଣାର ୭୮ ପ୍ରତିଶତ, ଯେଉଁଥିରେ ହାଇଦ୍ରାବାଦ ଓ ଦିଲ୍ଲୀ-ଏନସିଆର ସବୁଠାରୁ ଆଗରେ ରହିଛନ୍ତି । ରିପୋର୍ଟ ଅନୁସାରେ ହାଇଦ୍ରାବାଦ ଓ ଦିଲ୍ଲୀ-ଏନସିଆର୍ ଦୁର୍ଘଟଣାର ତାଲିକାରେ ସର୍ବୋଚ୍ଚ ସ୍ଥାନରେ ରହିଛି ।

ଏହା ପରେ ପୁଣେ ଓ ବେଙ୍ଗାଲୁରୁ ଯଥାକ୍ରମେ ୧୫.୯ ପ୍ରତିଶତ ଓ ୧୪.୨ ପ୍ରତିଶତ ଘଟଣା ସହିତ ଆଗରେ ରହିଛନ୍ତି । ରାସ୍ତାରେ ଖାଲ ଖମା ସଡକ ଦୁର୍ଘଟଣାର ଏକ ମୁଖ୍ୟ କାରଣ । ବେଙ୍ଗାଲୁରୁ ତାଲିକାରେ ଶୀର୍ଷରେ ରହିଛି ଯେଉଁଠି ରାସ୍ତାରେ ଅଧିକ ଖାଲ ଖମା ଜନିତ ଦୁର୍ଘଟଣା ଅଧିକ ଘଟିଛି । ଦିଲ୍ଲୀ ଓ ମୁମ୍ବାଇ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛି ।

Comments are closed.