www.samajalive.in
Tuesday, December 9, 2025
23.1 C
Bhubaneswar

କୋର୍ଟଙ୍କ ନିର୍ଦେଶ ସତ୍ତ୍ବେ କୋରାନ ବାଣ୍ଟିବାକୁ ମନା କଲେ ରିଚା

ରାଞ୍ଚି : ସାମାଜିକ ଗଣମାଧ୍ୟମରେ ଏକ ଧର୍ମ ବିଶେଷ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଝାଡ଼ଖଣ୍ଡର ୧୯ ବର୍ଷୀୟା ରିଚା ଭାରତୀଙ୍କୁ କୋରାନ ବାଣ୍ଟିବା ପାଇଁ ରାଞ୍ଚି ଅଦାଲତ ନିର୍ଦେଶ ଦେଇଥିବାବେଳେ ସେ ଏହାକୁ ଅବମାନନା କରିଛନ୍ତି।
ଅଦାଲତ ରିଚାକୁ ୧୫ ଦିନ ମଧ୍ୟରେ ୫ଟି କୋରାନ ବାଣ୍ଟିବା ସର୍ତ୍ତରେ ଜାମିନ ପ୍ରଦାନ କରିଥିଲେ। ଏନେଇ ରିଚା କହିଛନ୍ତି ଯେ ଅଦାଲତଙ୍କ ନର୍ଦେଶ ମୌଖିକ ଥିଲା। ଅଦାଲତର ନିଷ୍ପତ୍ତି ମୋତେ ଲିଖିତ ଭାବେ ମିଳିନାହିଁ। ତେଣୁ ଅଦାଲତଙ୍କ ନିଷ୍ପତ୍ତିକୁ ମାନିବି ନାହିଁ। ସେମିତି ହଜାର ହଜାର କୋରାନ ବାଣ୍ଟିପାରିବି, କିନ୍ତୁ ଦଣ୍ଡ ସ୍ୱରୁପ ଏକ ଖଣ୍ଡ କୋରାନ ବାଣ୍ଟିପାରିବି ନାହିଁ। ସେହିପରି ଆପତ୍ତିଜନକ ପୋଷ୍ଟ ଉପରେ ରିଚା କହିଛନ୍ତି ଯେ ସେ ପୋଷ୍ଟ ଲେଖିନଥିଲେ କେବଳ ସେୟାର କରିଥିଲେ। କାହାର ଭାବନାକୁ ଆଘାତ ଦେବା ତାଙ୍କ ଉଦ୍ଦେଶ୍ୟ ନଥିଲା। ଅଦାଲତଙ୍କ ରାୟ ବିରୋଧରେ ସେ ହାଇକୋର୍ଟ ଯିବେ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories