www.samajalive.in
Tuesday, December 9, 2025
15.1 C
Bhubaneswar

ରଥଯାତ୍ରା ବନ୍ଦ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଦାଖଲ ହେବ ରିଭ୍ୟୁ ପିଟିସନ

ଭୁବନେଶ୍ବର: କରୋନାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରଥଯାତ୍ରା ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏପରିକି ରଥଯାତ୍ରା ନିମନ୍ତେ ଅନୁମତି ଦେଲେ ପ୍ରଭୁ ଜଗନ୍ନାଥ କ୍ଷମା କରିବେ ନାହିଁ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ବୋବଡ଼େ ରାୟ ପ୍ରଦାନ  ଅବସରରେ ଟିପ୍ପଣୀ ଦେଇଛନ୍ତି । କେବଳ ପୁରୀ ନୁହେଁ, ସାରା ଓଡ଼ିଶାରେ ରଥଯାତ୍ରା ବନ୍ଦ ନିମନ୍ତେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲେ ମଧ୍ୟ ଏହା ଅନେକ ଓଡ଼ିଆ ତଥା ଜଗନ୍ନାଥ ପ୍ରେମୀଙ୍କ ପ୍ରତି ଭାବାବେଗକୁ ଆଘାତ ପହଞ୍ଚାଇଛି । ଏଭଳି ସ୍ଥିତିରେ କୋର୍ଟ ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ । ଏପଟେ ଅଦାଲତଙ୍କ ଏହି ନିର୍ଦେଶ ବିରୋଧରେ ରିଭ୍ୟୁ ପିଟିସନ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସୁପ୍ରିମକୋର୍ଟଙ୍କ ରାୟ ମିଳିବା ପରେ ଏହାକୁ ତର୍ଜମା କରାଯାଇ ଯଦି କିଛି ବାଟ ଥାଏ ତେବେ ରିଭ୍ୟୁ ପିଟିସନ କରାଯିବ ବୋଲି କହିଛନ୍ତି ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ।  ମାତ୍ର  ହାତରେ ଆଉ ମାତ୍ର ଗୋଟିଏ ଦିନ ସମୟ ଥିବାରୁ ଏହା ଏକ ପ୍ରକାର ଚ୍ୟାଲେଞ୍ଜ ବୋଲି କହିଛନ୍ତି ଆଇନଜୀବୀ ଶ୍ରୀ ଚୌଧୁରୀ  । 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories