www.samajalive.in
Tuesday, December 9, 2025
15.1 C
Bhubaneswar

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ୨୪ ଘଣ୍ଟିଆ ତୈଳ ଯୋଗାଣ ଜାରି ରହିଛି : ଧର୍ମେନ୍ଦ୍ର ପ୍ରଧାନ

-ପୁରୀ, ଖୋର୍ଧା ଓ କଟକରେ ଥିବା ୨୩୪ଟି ପେଟ୍ରୋଲପମ୍ପ ମଧ୍ୟରୁ ୨୩୨ ଟି ପେଟ୍ରୋଲପମ୍ପ କାମ ଆରମ୍ଭ କରିଛି 
-୭ ଦିନ ମଧ୍ୟରେ ସବୁ ପେଟ୍ରୋଲପମ୍ପ ଶତପ୍ରତିଶତ ସଚଳ ହୋଇଛି
-ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କର ସରକାରୀ ଅଫିସ, ବ୍ୟାଙ୍କ ଓ ଟେଲିକମ୍‍ ସଂସ୍ଥା ମାନଙ୍କ ପକ୍ଷରୁ ଲଗାଯାଇଥିବା ଜେନେସଟ ଓ ଡିଜି ପାଇଁ ପେଟ୍ରୋଲିୟମ କମ୍ପାନୀ ମାନଙ୍କ ପକ୍ଷରୁ ୮ଟି ଭ୍ରାମ୍ୟମାଣ ଡିଜେଲ ଟ୍ୟାଙ୍କର ବ୍ୟବସ୍ଥା
-ଫୋନି ପ୍ରଭାବିତ ଜିଲ୍ଲା ମାନଙ୍କରେ ପ୍ରର୍ଯ୍ୟାପ୍ତ ପରିମାଣର ଏଲପିଜି ମହଜୁଦ ଅଛି
-ରିଲିଫ କାମରେ ସହାୟତା ପାଇଁ ପ୍ରର୍ଯ୍ୟାପ୍ତ ପରିମାଣର କିରୋସିନି ରହିଛି

ଭୁବନେଶ୍ୱର : ପୁରୀ,ଖୋର୍ଦ୍ଧା ଓ କଟକରେ ଥିବା ୨୩୪ଟି ପେଟ୍ରୋଲପମ୍ପ ମଧ୍ୟରୁ ୨୩୨ ଟି ପେଟ୍ରୋଲପମ୍ପ କାମ ଆରମ୍ଭ କରିଛି। ଆସନ୍ତାକାଲି ଆଉ ଦୁଇଟି ପେଟ୍ରୋଲପମ୍ପ କାମ ଆରମ୍ଭ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପେଟ୍ରୋଲିୟମ କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ନେଇ ସ୍ଥିତିର ସମୀକ୍ଷା କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଫୋନି ବାତ୍ୟାରେ ଏହି ଜିଲ୍ଲାମାନଙ୍କରେ ପେଟ୍ରୋଲପମ୍ପ ଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ତେବେ ୭ ଦିନ ମଧ୍ୟରେ ସବୁ ପେଟ୍ରୋଲପମ୍ପ ଶତପ୍ରତିଶତ ସଚଳ
ହୋଇଛି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କର ସରକାରୀ ଅଫିସ, ବ୍ୟାଙ୍କ ଓ ଟେଲିକମ୍‍ ସଂସ୍ଥା ମାନଙ୍କ ପକ୍ଷରୁ ଲଗାଯାଇଥିବା ଜେନେସଟ ଓ ଡିଜି ପାଇଁ ପେଟ୍ରୋଲିୟମ କମ୍ପାନୀ ମାନଙ୍କ ପକ୍ଷରୁ ୮ଟି ଭ୍ରାମ୍ୟମାଣ ଡିଜେଲ ଟ୍ୟାଙ୍କର ବ୍ୟବସ୍ଥା ହୋଇଛି। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ପୁରୀରେ ପ୍ରତିଦିନ ୩ ଲକ୍ଷ ଲିଟର ପେଟ୍ରୋଲ ଓ ଡିଜେଲ ବିକ୍ରୀ ହେଉଥିବା ବେଳେ ଆଜି ତାରିଖରେ ବିକ୍ରୀ ସେ ସଂଖ୍ୟା ଛୁଇଁଲାଣି । ମୋଟ ଉପରେ ଏହି ୩ ସ୍ଥାନରେ ରହିଥିବା ୨୩୪ ଟି ପେଟ୍ରୋଲିୟମ ଟାଙ୍କି ମଧ୍ୟରୁ ୨୦୦ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ସମସ୍ତ କାମ ବର୍ଷାଦିନ ସୁଦ୍ଧା ଶେଷ ହେବ।

Image Credit : PIB

ଶ୍ରୀ ପ୍ରଧାନ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ଏହି ଜିଲ୍ଲା ମାନଙ୍କରେ ପ୍ରର୍ଯ୍ୟାପ୍ତ ପରିମାଣର ଏଲପିଜି ମହଜୁଦ ଅଛି। ପୁରୀ ଜିଲ୍ଲାର ୩୪, ଖୋର୍ଧାର ୬୯ ଓ କଟକର ୫୯ ବିତରକ ସମସ୍ତେ କାର୍ଯ୍ୟକ୍ଷମ ଅଛନ୍ତି। ପୁରୀରେ ପ୍ରତିଦିନ ୪୦୦୦ ସିଲିଣ୍ଡର ଗ୍ରାହକ ମାନେ ନେଉଥିବା ବେଳେ ଏହି ସଂଖ୍ୟା ଗତକାଲି ୫୭୦୦ ରେ ପହଁଚିଛି। ସେହିପରି ଖୋର୍ଦ୍ଧାରେ ୧୩୦୦୦ରୁ ଏହି ସଂଖ୍ୟା ୧୬୦୦୦ରେ ପହଁଚିଥିବା ବେଳେ କଟକରେ ୯୩୦୦ ରୁ ବିକ୍ରୀ ସଂଖ୍ୟା ୧୧,୧୦୦ରେ ପହଁଚିଛି। ରିଲିଫ କାମରେ ସହାୟତା ପାଇଁ ପ୍ରର୍ଯ୍ୟାପ୍ତ ପରିମାଣର କିରୋସିନି ରହିଛି।

- Advertisement -

ଆଇଓସିଏଲ ପକ୍ଷରୁ ଶ୍ରୀମନ୍ଦିରରେ ବାତ୍ୟା କ୍ଷତିଗ୍ରସ୍ତର ମରାମତି ପାଇଁ ମନ୍ଦିର ପ୍ରଶାସନକୁ ୫ କୋଟିଟଙ୍କାର ଚେକ୍‍ ପ୍ରଦାନ କରିଥିବା ସହ ୭ ଦିନ ଧରି ପେଟ୍ରୋଲିୟମ କମ୍ପାନୀର ସମସ୍ତ ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ ଆଇଓସିଏଲକୁ ଧନ୍ୟବାଦ ଦେଇଛନ୍ତି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories