ରାଜସ୍ୱ ବିଭାଗର ଚଢଉ, ଦୁଇ ବେଆଇନ ବାଲି ବୋଝେଇ ହାଇଓ୍ବା ଜବତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ପକ୍ଷରୁ ସୋମବାର ତୁରୁମୁଙ୍ଗା ଥାନା ଅଞ୍ଚଳରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଉପରେ ଚଢାଉ କରି ଦୁଇଟି ବାଲି ବୋଝେଇ ହାଇଓ୍ବା ଜବତ କରାଯାଇଛି । ହାଇଓ୍ବା ଦୁଇଟି ବୈତରଣୀ ନଦୀରୁ ବାଲି ବୋଝେଇ କରି ଯାଉଥିବା ସମୟରେ ରାଜସ୍ୱ ବିଭାଗ ପକ୍ଷରୁ ଅଟକ ରଖି କାଗଜ ପତ୍ର ଯାଞ୍ଚ କରାଯାଇଥିଲା। ଚାଳକ ସଠିକ କାଗଜପତ୍ର ଦେଖାଇ ନ ପାରିବାରୁ ହାଇଓ୍ବା ଦୁଇଟି ଉପରେ ୪୫ ହଜାର ଟଙ୍କା ଜରିମାନା କରାଯାଇଛି। ଏହି ଚଢଉରେ ପାଟଣା ତହସିଲଦାର ତାପସ ରଂଜନ ଦେହୁରୀ ଓ ରାଜସ୍ୱ ପରିଦର୍ଶକ ବନମାଳୀ ନାୟକ ଓ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ସାମିଲ ଥିଲେ ।
kalyan agarbati

Comments are closed.