www.samajalive.in
Tuesday, December 9, 2025
15.1 C
Bhubaneswar

ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ୬.୯୩ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଜୁଲାଇ ୨୦୨୦ ପାଇଁ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୬.୯୩ ପ୍ରତିଶତକୁ ବୃଦ୍ଧି ପାଇଛି । ଜୁନ୍ ମାସ ପାଇଁ ଏହା ୬.୨୩ ପ୍ରତିଶତ ଥିଲା। ସରକାରଙ୍କ ଦ୍ବାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି ଯେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଇଛି । ସିପିଆଇ ଆକଳନରୁ ଜଣାପଡିଛି ଯେ ଜୁଲାଇରେ ଖାଦ୍ୟ ମୁଦ୍ରାସ୍ଫୀତି ୯.୬୨ ପ୍ରତିଶତରେ ପହଞ୍ଚିଛି । ସରକାର ଜୁନ୍ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାରକୁ ୬.୦୯ ପ୍ରତିଶତରୁ ୬.୨୩ ପ୍ରତିଶତକୁ ସଂଶୋଧନ କରିଛନ୍ତି।

ମାର୍ଚ୍ଚ ଶେଷ ସପ୍ତାହରେ ଲକଡାଉନ୍ ଘୋଷଣା ହେବା ପରଠାରୁ ଖାଦ୍ୟ ମୁଦ୍ରାସ୍ଫୀତି କ୍ରମାଗତ ଭାବେ ବୃଦ୍ଧି ପାଉଛି । ଜୁନ୍ ମାସରେ ଏହା ୮.୭୨ ପ୍ରତିଶତ ଥିଲା । ପନିପରିବା ମୁଦ୍ରାସ୍ଫୀତି ହାର ବିଷୟରେ କହିବାକୁ ଗଲେ ଏହା ଜୁନ୍ ତୁଳନାରେ ୧.୮୬ ପ୍ରତିଶତ ବୃଦ୍ଧି ହୋଇ ୧୧.୨୯ ପ୍ରତିଶତକୁ ବୃଦ୍ଧି ପାଇଛି। ଡାଲି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଦ୍ରବ୍ୟର ମୁଦ୍ରାସ୍ଫୀତି ୬.୪୯ ପ୍ରତିଶତ ଥିଲା। ସେହିପରି ମାଂସ ଏବଂ ମାଛର ମୁଦ୍ରାସ୍ଫୀତି ୧୮.୮୧ ପ୍ରତିଶତକୁ ବୃଦ୍ଧି ପାଇଛି। ଜୁନ୍ ମାସରେ ଏହା ୧୬.୨୨ ପ୍ରତିଶତ ଥିଲା । ଡାଲି ପାଇଁ ମୁଦ୍ରାସ୍ଫୀତି ଜୁଲାଇରେ ୧୫.୯୨ ପ୍ରତିଶତ ଥିଲା ।

- Advertisement -

ଆରବିଆଇ ଆକଳନଠାରୁ ଅଧିକ

ଜୁଲାଇ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆକଳନଠାରୁ ଅଧିକ। ମଧ୍ୟମ ଅବଧି ପାଇଁ ଏହା ୪ ପ୍ରତିଶତ (+,- ୨%) ବୋଲି ଆରବିଆଇ ଆକଳନ କରିଛି । ଦ୍ୱି-ମାସିକ ମୁଦ୍ରା ନୀତି ସମୀକ୍ଷା (ଏମପିସି) ବୈଠକରେ ଆରବିଆଇ ମୁଖ୍ୟତଃ ଖୁଚୁରା ମୁଦ୍ରାସ୍ଫୀତି ଉପରେ ଧ୍ୟାନ ଦେଇଥାଏ।

ଚଳିତ ମାସ ଆରମ୍ଭରେ ହୋଇଥିବା ଏମପିସି ବୈଠକରେ ଆରବିଆଇ ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ତେବେ ଫେବୃଆରୀ ଠାରୁ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାରକୁ ୧୧୫ ଆଧାର ପଏଣ୍ଟ ବା ୧.୧୫ ପ୍ରତିଶତ ହ୍ରାସ କରିଛି । ଚଳିତ ମାସ ଆରମ୍ଭରେ ଆରବିଆଇ କହିଛି ଯେ ମୁଦ୍ରାସ୍ଫୀତିକୁ ଟାର୍ଗେଟରେ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ମୁଦ୍ରାସ୍ଫୀତି ହାର ରେକର୍ଡ ହେବ। କିନ୍ତୁ ପରେ ଏହା ହ୍ରାସ ପାଇବ ବୋଲି ଆଶା କରାଯାଉଛି। ବର୍ତ୍ତମାନର ମହାମାରୀ ମଧ୍ୟରେ ସାରା ବିଶ୍ବର ମୁଦ୍ରାସ୍ଫୀତି ଘରୋଇ ମୁଦ୍ରାସ୍ଫୀତିରେ ବୃଦ୍ଧି ରେକର୍ଡ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories