www.samajalive.in
Saturday, December 6, 2025
16.1 C
Bhubaneswar

ଆଜି ରାଜସ୍ଥାନ ରୟାଲ୍ସକୁ ଭେଟିବ ପଞ୍ଜାବ କିଙ୍ଗ୍ସ

ଗୁଆହାଟୀ:  ଆଇପିଏଲ ମହାସମର। ବୁଧବାର ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ମ୍ୟାଚ୍ ଖେଳାଯିବ । ପଞ୍ଜାବ ପ୍ଲେଅଫ ଦୌଡ଼ରୁ ବାଦ୍‌ ପଡ଼ିଥିବାବେଳେ ରାଜସ୍ଥାନ ବିଜୟଧାରାକୁ ଫେରିବା ଲକ୍ଷ୍ୟ ରଖି ଖେଳିବ। ପ୍ଲେଅଫ୍ ଦ୍ବାରରେ ଥିବା ରାଜସ୍ଥାନ ମ୍ୟାଚ୍‌ ଜିତି ଏହା ନିଶ୍ଚିତ କରିବାକୁ ଚାହିଁବ। ଉଭୟ ଦଳଙ୍କ ମଧ୍ୟରେ ପ୍ରଥମ ଚରଣ ମ୍ୟାଚରେ ରାଜସ୍ଥାନ ୭ ୱିକେଟରେ ପଞ୍ଜାବ କିଙ୍ଗ୍‌ସକୁ ପରାସ୍ତ କରିଥିଲା। ଏହା ବଜାୟ ରଖିବା ପାଇଁ ରାଜସ୍ଥାନ ନିଶ୍ଚିତ ଉଦ୍ୟମ କରିବ। ଅନ୍ୟପକ୍ଷରେ ବିନା ଚାପରେ ଖେଳିବାକୁ ଥିବା ପଞ୍ଜାବ ପ୍ରତିଶୋଧ ଲକ୍ଷ୍ୟ ନେଇ ଖେଳିବ। ରାଜସ୍ଥାନ ରୟାଲ୍ସ ୧୨ଟି ମ୍ୟାଚରୁ ୮ଟିରେ ବିଜୟ ଓ ୪ଟିରେ ପରାଜୟ ସହ ୧୬ ପଏଣ୍ଟ ପାଇ ଟେବୁଲର ୨ୟ ସ୍ଥାନରେ ରହିଛି। ଏହା ଶେଷ ୩ଟି ମ୍ୟାଚରେ କ୍ରମାଗତ ଭାବେ ପରାଜିତ ହୋଇଛି। ରାଜସ୍ଥାନ ଶେଷଥର ଏପ୍ରିଲ ୨୭ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ୭ ୱିକେଟରେ ପରାସ୍ତ କରିଥିଲା। ଏହା ପରେ ଦଳ କ୍ରମାଗତ ଭାମେ ୩ଟି ମ୍ୟାଚରେ ପରାଜିତ ହୋଇଛି। ଯଶସ୍ବୀ ଜୟସୱାଲ ଓ ଜୋଶ ବଟ୍‌ଲର ଓପନିଂରେ ଗତ କିଛି ମ୍ୟାଚରେ ବିଫଳ ହୋଇଛନ୍ତି। ଯାହା ଦଳର ବ୍ୟାଟିଂ ବିଫଳତାର ମୁଖ୍ୟ କାରଣ। ବ୍ୟାଟିଂ​‌ରେ ଯଶସ୍ବୀ ୩୪୪ ରନ କରିଥିବାବେଳେ ଅଧିନାୟକ ସଞ୍ଜୁ ସାମସନ ୪୮୬ ଓ ରିୟାନ ପରାଗ ୪୮୩ ରନ କରିବା ସହିତ ଭଲ ଫର୍ମରେ ରହିଛନ୍ତି। ଏହାବାଦ୍‌ ସିମରନ ହେତମେୟାର,ଧ୍ରୁବ ଜୁରେଲ ଶେଷ ଭାଗରେ ରନ କରୁଛନ୍ତି। ବଟ୍‌ଲର ସ୍ବଦେଶ ଫେରିଯାଇଥିବାରୁ ରାଜସ୍ଥାନର ବ୍ୟାଟିଂ ଚିନ୍ତା ବଢିଯାଇଛି। ଦଳକୁ ବିଜୟ ଧାରାକୁ ଫେରିବାକୁ ହେଲେ ଓପନିଂରେ ଯଶସ୍ବୀଙ୍କୁ ଏବେ ରନ କରିବାକୁ ପଡ଼ିବ।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories