nua o banner

ପାଣି ପାଇଁ ତାତିଲେ ମହିଳା

bjd  ek lkhya koti banner

ନରସିଂହପୁର: ଦିନକୁ ଦିନ ତାତି ବଢିବାରେ ଲାଗିଛି। ଦିନ ୧୦ଟା ବାଜିଲେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି। ଅସହ୍ୟ ତାତି ଓ ଗୁଳୁଗୁଳି ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିପକାଉଛି। ଏସବୁ ମଧ୍ୟରେ କିଛି ସ୍ଥାନରେ ପାନୀୟ ଜଳ ସମସ୍ୟା ଦେଖାଦେଉଛି। ପାଣି ଟୋପାଏ ପାଇଁ ଲୋକେ ଡହଳ ବିକଳ ହେଉଥିବା ଦେଖିବାକୁ ମିଳୁଛି। ଆଜି ନରସିଂହପୁରରେ ପାନୀୟ ଜଳ ସମସ୍ୟାକୁ ନେଇ ତାତିଛନ୍ତି ମହିଳା। ରାସ୍ତାରେ ଗରା, ବାଲଟି ରଖି ଶତାଧିକ ମହିଳା ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଏକଡାଳ ଛକ ନିକଟରେ ରାସ୍ତାରୋକ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Comments are closed.