www.samajalive.in
Friday, December 5, 2025
20.1 C
Bhubaneswar

୧୮୦୦ ଫୁଟ ଖଣି ଗର୍ତ୍ତରେ ୧୧ ଘଣ୍ଟା ଫସିରହିଲେ ୧୪ ଅଧିକାରୀ, ଲିଫ୍ଟ ଚେନ୍‌ ଛିଣ୍ଡିବାରୁ ଖସିପଡ଼ିଥିଲେ

ଜୟପୁର: ରାଜସ୍ଥାନର ଝୁନ୍‌ଝୁନୁ ଜିଲା ଅନ୍ତର୍ଗତ ହିନ୍ଦୁସ୍ତାନ କପର୍‌ ଲିମିଟେଡ୍‌ର କୋଲିହାନ ଖଣିରେ ମଙ୍ଗଳବାର ରାତିରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଖଣି ଲିଫ୍ଟରେ ଯାଉଥିବା ୧୪ ଜଣ ଅଧିକାରୀ ଚେନ୍‌ ଛିଣ୍ଡିଯିବାରୁ ୧୮୦୦ ଫୁଟ ତଳକୁ ଖସିପଡ଼ିଥିଲେ। ଦୀର୍ଘ ୧୧ ଘଣ୍ଟା ଧରି ସେମାନେ ଖଣିରେ ଫସିରହିବା ପରେ ଉଦ୍ଧାରକାରୀ ଦଳ ସମସ୍ତଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ପରେ ସେମାନଙ୍କୁ ଜୟପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସା​‌ରେ, ଏକ ଭିଜିଲାନ୍ସ ଟିମ୍‌ ମଙ୍ଗଳବାର ହିନ୍ଦୁସ୍ତାନ କପର୍‌ ଲିମିଟେଡ୍‌(ଏଚସିଏଲ)ର କୋଲିହାନ ଖଣିର ଅନୁସନ୍ଧାନ କାର୍ଯ୍ୟରେ ଯାଇଥିଲେ। ଭିଜିଲାନ୍ସ ଅଧିକାରୀଙ୍କ ସହିତ ଫଟୋ ଖବରଦାତା ଏବଂ କମ୍ପାନୀର ଅନ୍ୟ ଅଧିକାରୀମାନଙ୍କୁ ମିଶାଇ ମୋଟ ୧୪ ଜଣ ଲିଫ୍ଟ ଯୋଗେ ଖଣି ଭିତରକୁ ପ୍ରବେଶ କରିଥିଲେ। ଅଧିକାରୀମାନେ ଲିଫ୍‌ଟରେ ଯାଉଥିବାବେଳେ ହଠାତ୍‌ ଲିଫ୍ଟକୁ ଧରି ରଖୁଥିବା ଚେନ୍‌ ଛିଣ୍ଡିପଡ଼ିଥିଲା। ଫଳରେ ସମସ୍ତ ଅଧିକାରୀ ଲିଫ୍ଟ ସହିତ ତଳକୁ ଖସିପଡ଼ିଥିଲେ। ପ୍ରାୟ ୧୮୦୦ ଫୁଟ୍‌ ଗଭୀର ଗର୍ତ୍ତରେ ସେମାନେ ଫସି ରହିଥିଲେ। ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଟିମ୍‌ ଏବଂ ଡାକ୍ତରୀ ଟିମ୍‌ ସହିତ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ରାତି ସାରା ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା। ଶେଷର ଉଦ୍ଧାରାରୀ ଦଳ ସମସ୍ତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଏହା ପରେ ଆହତ ଅଧିକାରୀମାନଙ୍କୁ ଜୟପୁର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା।

- Advertisement -

ଆହତ ହୋଇଥିବା ଅଧିକାରୀମାନଙ୍କ ହାତ, ଗୋଡ଼ ଭାଙ୍ଗିଥିବା ହସ୍ପିଟାଲର ଡାକ୍ତର ପ୍ରବୀଣ ଶର୍ମା କହିଛନ୍ତି। ଆହତମାନଙ୍କ ମଧ୍ୟରେ ଏଚସିଏଲର ଉଚ୍ଚସ୍ତରୀୟ ଅଧିକାରୀ ରହିଛନ୍ତି। ସେମାନେ ହେଲେ ଖେତ୍ରି କପର କଂପ୍ଲେକ୍ସ ୟୁନିଟ୍‌ ମୁଖ୍ୟ ଜି. ଡି. ଗୁପ୍ତା, କୋଲିହାନ ଖଣିର ଡେପୁଟି ମ୍ୟାନେଜର ଏ.କେ. ଶର୍ମା, ମୁଖ୍ୟ ନିରାପତ୍ତା ଅଧିକାରୀ ଉପେନ୍ଦ୍ର ପାଣ୍ଡେ ପ୍ରମୁଖ ରହିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories