ନୂଆଦିଲ୍ଲୀ: ଅଧିକ ସନ୍ତାନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟୀକରଣ ଦେଇଛନ୍ତି। ନିର୍ବାଚନୀ ରାଲିରେ ସେ ଦେଇଥିବା ମନ୍ତବ୍ୟର ଭିନ୍ନ ଅର୍ଥ ବାହାର କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଧିକ ସନ୍ତାନ ପ୍ରସଙ୍ଗରେ ମନ୍ତବ୍ୟ ଦେବା ସମୟରେ ସେ କୌଣସି ସମ୍ପ୍ରଦାୟର ନାମ ନେଇ ନ ଥିଲେ ହେଁ କିଛି ଗଣମାଧ୍ୟମ ଏବଂ ଅନ୍ୟ ଦଳୀୟ ନେତାମାନେ ତାହାକୁ ମୁସଲମାନଙ୍କ ସହ ଯୋଡ଼ୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ଏକ ହିନ୍ଦୀ ଖବର ପ୍ରସାରଣ ସଂସ୍ଥାକୁ ସାକ୍ଷାତକାର ଦେବା ସମୟରେ ମୋଦୀ କହିଛନ୍ତି, ‘ମୁ ଆଶ୍ଚର୍ଯ୍ୟ ଏବଂ ଦୁଃଖିତ ! ମୁଁ ଯେତେବେଳେ ଅଧିକ ସନ୍ତାନ ପ୍ରସଙ୍ଗରେ କହୁଛି ତାହା ମୁସଲମାନଙ୍କ ବିଷୟରେ କହୁଛି ବୋଲି ଲୋକେ କାହିଁକି ଭାବୁଛନ୍ତି ? ଗରିବ ହିନ୍ଦୁ ପରିବାରରେ ବି ଏହି ସମସ୍ୟା ରହିଛି। ଅଧିକ ସନ୍ତାନ ଯୋଗୁ ସେମାନେ ନିଜ ପିଲାମାନଙ୍କୁ ଠିକ୍ ଭାବରେ ଶିକ୍ଷାଦାନ କରିପାରୁ ନାହାନ୍ତି। ମୁଁ କେବେ ବି କୌଣସି ସମ୍ପ୍ରଦାୟ ବିଷୟରେ କହିନାହିଁ। ନା ହିନ୍ଦୁଙ୍କ କଥା କହିଛି ନା ମୁସଲମାନଙ୍କ କଥା। କିନ୍ତୁ ତାଙ୍କ ମନ୍ତବ୍ୟକୁ ସିଧାସଳଖ ମୁସଲମାନଙ୍କ ସହିତ ଯୋଡ଼ାଯାଉଛି। ମୁଁ କେବଳ ଏତିକି କହିଛି ଯେ, ସେତିକି ସନ୍ତାନର ଅଧିକାରୀ ହୁଅନ୍ତୁ, ଯେତିକି ପିଲାଙ୍କୁ ଆପଣମାନେ ପାଳିବାରେ ସକ୍ଷମ। ମୁଁ ହିନ୍ଦୁ-ମୁଲସମାନ କାର୍ଡ ଖେଳୁନାହିଁ। ଏହା ମୋର ସଙ୍କଳ୍ପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।



