www.samajalive.in
Monday, December 15, 2025
26.1 C
Bhubaneswar

ଚବାହାର ଚୁକ୍ତିକୁ ନେଇ ଆମେରିକାର ଧମକ ପରେ ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ଇରାନର ଚବାହାର ବନ୍ଦରରେ କାର୍ଯ୍ୟ କରିବାକୁ ଭାରତ ଏବଂ ଇରାନ ମଧ୍ୟରେ ୧୦ ବର୍ଷୀୟ ଚୁକ୍ତି ହେବା ପରେ ଆମେରିକାକୁ ଝଟ୍‌କା ଲାଗିଛି। ଏହି ପରିପ୍ରେକ୍ଷୀରେ ଆମେରିକା ଭାରତକୁ ଧମକ ଦେବା ଆରମ୍ଭ କରିଥିବାବେଳେ ଏହାର କଡ଼ା ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ଆମେରିକାର ଚେତାବନୀ ଏହାର ସଙ୍କୀର୍ଣ୍ଣ ମାନସିକତା ବୋଲି ଜୟଶଙ୍କର କହିଛନ୍ତି।

ଭାରତ ଚବାହାର ବନ୍ଦରକୁ ବ୍ୟବହାର କରିବା ନେଇ ଇରାନ ସହିତ ଚୁକ୍ତି କରିବା ପରେ ଆମେରିକା ଭାରତ ପ୍ରତି ଆକ୍ରୋଶମୂଳକ ମନ୍ତବ୍ୟ ଦେଇଛି। ଇରାନ ସହିତ ସମ୍ପର୍କ ରଖୁଥିବା ଦେଶ ଉପରେ ପ୍ରତିବନ୍ଧକ ଲଗାଯିବାର ସମ୍ଭାବନା ରହିଛି ବୋଲି ଆମେରିକା ପକ୍ଷରୁ ଚେତାବନୀ ଦିଆଯିବା ପରେ ଜୟଶଙ୍କର ଦୃଢ଼ ଜବାବ ଦେଇଛନ୍ତି।

- Advertisement -

‘ହ୍ବାଏ ଭାରତ ମ୍ୟାଟର୍ସ’ ନାମକ ପୁସ୍ତକ ଉନ୍ମୋଚନ ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ବେଳେ ଜୟଶଙ୍କର କହିଛନ୍ତି, ଏହି ଚୁକ୍ତିକୁ ଲୋକମାନେ ସଙ୍କୀର୍ଣ୍ଣ ଦୃଷ୍ଟିରେ ଦେଖିବା ଅନୁଚିତ। ଏହି ପ୍ରକଳ୍ପ ଦ୍ବାରା ସମଗ୍ର ଅଞ୍ଚଳ ଲାଭବାନ୍‌ ହେବେ। ଆମେରିକା ପୂର୍ବରୁ ଚାବାହର ବନ୍ଦରର ଗୁରୁତ୍ଵକୁ ବେଶ୍‌ ପ୍ରଶଂସା କରିଥିଲା। ଏବେ ଯାହା ମନ୍ତବ୍ୟ ବା ଧମକ ଦିଆଯାଉଛି ସେ ନେଇ ଲୋକଙ୍କୁ ବୁଝାଇବାର ଅଛି। ପ୍ରକୃତରେ ଏହି ପ୍ରକଳ୍ପ ସମସ୍ତଙ୍କୁ ଲାଭ ଦେବ। ମୁଁ ଭାବୁନାହିଁ ଲୋକମାନେ ଏହାକୁ ସଙ୍କୀର୍ଣ୍ଣ ଦୃଷ୍ଟିରେ ଦେଖିବେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories