www.samajalive.in
Sunday, December 7, 2025
23.1 C
Bhubaneswar

ଦୁଇବର୍ଷ ହେବ ମିଳିନାହିଁ ବିକ୍ରୀ ଧାନର ମୂଲ୍ୟ

ରେଙ୍ଗାଳିକ୍ୟାମ୍ପ : ପାଖାପାଖି ଦୁଇବର୍ଷ ହେଲା ଚାଷୀଙ୍କୁ  ଧାନର ବିକ୍ରି ମୂଲ୍ୟ ମିଳିନାହିଁ  ବୋଲି ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଚାଷୀ ଦୁଇବର୍ଷ ହେଲା ତାର ବିକ୍ରି ଧାନର ମୂଲ୍ୟ ପାଇ ନଥିବା ବେଶ ଚର୍ଚ୍ଚାର ବିଷୟ ହେଛି। ଚାଷୀଙ୍କ ସମସ୍ୟା କୁ ନେଇ ଅନେକ କଥା ଖବର କାଗଜରେ ,ଟି ଭି ରେ ପ୍ରକାଶିତ ଓ ପ୍ରସାରିତ ହେଉଛି।କେଉଁଠି ଚାଷୀଙ୍କ ଧାନ ବିଲରେ ନଷ୍ଟ ହେଲା କାଳ ବୈଶାଖୀ ର ପ୍ରଭାବରେ ତ ଆଉ କେତେବେଳେ ସରକାରଙ୍କ ଟୋକନ ବ୍ୟବସ୍ଥା ରେ ଚାଷୀ ଛନ୍ଦି ହୋଇ ଧାନ ବିକ୍ରି କରି ନ ପାରିବା,ରୋଗ ପୋକ ଜନିତ ଫସଲ କ୍ଷୟକ୍ଷତି । ହେଲେ ଧାନ ବିକ୍ରି କରିଥିବା ସତ୍ତ୍ୱେ ଦୁଇ ବର୍ଷ ଧରି ଧାନର ମୂଲ୍ୟ ପାଇ ନଥିବା ଏକ ନୂଆଁ ଘଟଣା,ଯାହା ଘଟିଛି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ରେ। ଯେତେବେଳେ କରୋନା ମହାମାରୀର ପ୍ରଥମ ଲହରରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା, ଲୋକେ ଘରୁ ବାହାରକୁ ବାହାରୁ ନଥିଲେ , ସେଇ ସମୟରେ ନିଜ ଜୀବନକୁ ଭ୍ରୁକ୍ଷେପ ନ କରି ଚାଷୀ ମାନେ ଚାଷ କରିଥିଲେ ହାଡ଼ ଭଙ୍ଗା ପରିଶ୍ରମ କରି ଧାନ ଅମଳ ସମୟରେ ଶ୍ରମିକ ଅଭାବ ରହିଥିଲା। ବାହାର ଜିଲ୍ଲାରୁ ଶ୍ରମିକ ଆସୁନଥିଲେ।
ଜୀବିକାର୍ଜନ ପାଇଁ କେହି କାମପାଇଁ ଆସିବାକୁ ଚାହୁଁ  ଥିଲେ , ଯାନ ବାହନ ଚଳାଚଳ ବନ୍ଦ ଥିଲା, ସରକାର ଘୋଷଣା କରିଥିଲେ ଗୋଟିଏ ବୋଲେରୋ ରେ ମାତ୍ର ୪ ଜଣ ଶ୍ରମିକ ଆସିପାରିବେ ।ଶ୍ରମିକ ବାବଦକୁ ଏଇ ଚାଷୀ ମାନେ ବହୁ ପରିମାଣର ଅର୍ଥ ରାଶି ଖର୍ଚ୍ଚ କରି ମହାମାରୀ ସମୟରେ ଧାନ ଅମଳ କରି ବିକିଥିଲେ । ସେଇ ଚାଷୀ ମାନେ ହେଲେ ଅତାବିରା ଟୋପ ଖଲିଆପାଲି ର ଆନ୍ଧ୍ର ପଡ଼ା ସ୍ଥିତ ଭାଗ ଚାଷୀ କେ ଭେଙ୍କଟ ରେଡ୍ଡୀ , ଏମ୍ ଗୋପାଳ ରେଡ୍ଡୀ,ପି ଭି ଡି ମହେଶ୍ୱର,ଯକ୍କା ଭେଙ୍କେଟ ଲକ୍ଷ୍ମୀ ଓ ଲସ୍ତଲା ର ମହେଶ ଅଗ୍ରୱାଲ।
ଗତ ୨୦୨୦ ଖରିଫ ଋତୁରେ ଏଇ ଭାଗ ଚାଷୀଙ୍କ ଧାନ ଜମି ମାଲିକଙ୍କ ନାମରେ ମାର୍କେଟ ରେ ବିକ୍ରି ହୋଇ ସାରିଛି।ତାର ସମସ୍ତ ପ୍ରମାଣ ରହିଛି। ହେଲେ ଆକାଉଣ୍ଟରେ ପଇସା ପଡୁନି ଆଜିଯାଏଁ।  ଶେଷରେ ଜିଲ୍ଲାପାଳଙ୍କୁ ମଧ୍ୟ ଗତ ୨୦/୯/୨୧ରେ  ଜଣାଇ ସାରିଛନ୍ତି। ସେମାନେ ବିଧାୟିକାଙ୍କୁ ଭେଟି ଏହି ବିଷୟରେ ଅବଗତ କରାଇଥିଲେ।  କେ ଭେଙ୍କଟ ରେଡ୍ଡୀ ଙ୍କ ୨୮୦ କ୍ଵିଣ୍ଟାଲ ୨୮ କେଜି,ଏମ୍ ଗୋପାଳ ରେଡ୍ଡୀ ଙ୍କ ୮୯ କ୍ଵିଣ୍ଟାଲ ୮୦ କେଜି,ପି ମହେଶ୍ୱର ଙ୍କ ୧୨୬ କ୍ଵିଣ୍ଟାଲ ୨୬ କେଜି, ଯକ୍କା ଭେଙ୍କେଟ୍ ଙ୍କ ୧୪୫ କ୍ଵିଣ୍ଟାଲ ୬୦ କେଜି,ମହେଶ ଅଗ୍ରୱାଲ ଙ୍କ ୧୦୮ କ୍ଵିଣ୍ଟାଲ ୧୪ କେଜି ଧାନର ମୋଟ ମୂଲ୍ୟ ୧୩ ଲକ୍ଷ ୭୭ ହଜାର ୯୧୧ ଟଙ୍କା ମିଳିନାହିଁ ବୋଲି ସୂଚନା ମିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories