www.samajalive.in
Sunday, December 7, 2025
14.1 C
Bhubaneswar

ଅତାବିରା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ବିଭାଗୀୟ କର୍ମଚାରୀଙ୍କୁ ନେଇ ସମୀକ୍ଷା ବୈଠକ

ରେଙ୍ଗାଲିକ୍ୟାମ୍ପ :  ଅତାବିରା ଓ ଭେଡେନ ବ୍ଲକ କୁ ନେଇ ଗଠିତ ଅତାବିରା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ  ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ବିଭିନ୍ନ ବିଭାଗୀୟ କର୍ମଚାରୀଙ୍କୁ ନେଇ ଅତାବିରା ବ୍ଲକ କାର୍ୟ୍ୟାଳୟ ସଭ।ଗୃହରେ ଏକ ସମୀକ୍ଷା ବୈଠକ କରିଥିଲେ। ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ ଥିବା ବେଳେ ବ୍ଲକ ଅଧ୍ୟକ୍ଷା ରିତା ସାହୁ,ଉପାଧ୍ୟକ୍ଷ ବିବେକା ଭୁଏ,ଏନ୍ ଏ ସି ଅଧ୍ୟକ୍ଷା ଦୀପାଞ୍ଜଳୀ୍ ଭୋରାସାଗାର,ଉପାଧ୍ୟକ୍ଷକ୍ଷ ଜ୍ୟୋତିର୍ମୟୀ ଦାଶ ମଞ୍ଚାସିନ ଥିଲେ। ଏହି ବୈଠକରେ ପାନୀୟ ଜଳର ସୁଷମ ବଣ୍ଟନ,ଜିଲ୍ଲା ଯୋଜନା ବୋର୍ଡ ପକ୍ଷରୁ ଆସୁଥିବା ନିର୍ବାଚନ ମଣ୍ଡଳୀର ଅନୁଦାନର ସୂଚନା ,ସ୍ବାସ୍ଥ୍ୟ ବିଭାଗର ବିଶିଷ୍ଟ ରୋଗୀ ଶଯ୍ୟା କୋଠରୀ ତଥା ବେଡ୍ ନିର୍ମାଣ,ଅଙ୍ଗନୱାଡି କେନ୍ଦ୍ର ଗୁଡ଼ିକର ନିର୍ମାଣ,ତାଳମେଣ୍ଡା ,ରେମୁଣ୍ଡା ଓ ପପଙ୍ଗା ରେ ସୋନ୍ଦର୍ୟ୍ୟ ପୂର୍ଣ୍ଣ ପାର୍କ ର ନିର୍ମାଣ,ଆଦର୍ଶ ବିଦ୍ୟାଳୟ ଓ ବ୍ଲକ ମିଶନ ଶକ୍ତି ଭବନ, ବୈଦ୍ୟୁତି କରଣ, ହିତାଧିକାରୀଙ୍କ ପାଇଁ ପାଇଖାନା ,ଅର୍ଦ୍ଧ ନିର୍ମିତ ସରକାରୀ କୋଠାଘର ଗୁଡ଼ିକର ନିର୍ମାଣ ସମ୍ପୂର୍ଣ କରିବା,ସରକାରୀ କାମ ପାଇଁ ଆସିଥିବା ଅନୁଦାନ କୁ ଯଥା ଶୀଘ୍ର ଟେଣ୍ଡର ଦେଇ କାମ ଆରମ୍ଭ କରିବା,ଅନେକ ସ୍ଥାନରେ ରହିଥିବା ବିବାଦୀୟ ଜମି ଗୁଡ଼ିକୁ ଆର୍ ଆଇ , ତହସିଲଦାର ଓ ବିଡ଼ିଓ ମିଳିତ ଭାବରେ ଚିହ୍ନଟ କରିବା,ସେହି ଜମିରେ କୌଣସି ସରକାରୀ ଅନୁଷ୍ଠାନ ତିଆରି କରିବା, କାଦୋବାହାଳ ୫ଟି  ହାଇ ସ୍କୁଲ ଓ ଅତାବିରା ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର ଭୀତରେ ଯାଇଥିବା ୧୧କେ ଭି ତାର କୁ ସ୍ଥାନାନ୍ତର କରିବା ଓ ଏହା ବ୍ୟତୀତ ଉଭୟ ବ୍ଲକ୍ ରେ ଯେଉଁ ସବୁ ସମସ୍ୟା ରହିଛି ସେଗୁଡିକ ବାହାର କରି ତାର ବ୍ୟବସ୍ଥା କରିବା, ଅତାବିରା ନିର୍ବାଚନ ମଣ୍ଡଳୀ ପାଇଁ ସରକାରୀ ସ୍ତରରୁ ଆସୁଥିବା ଅନୁଦାନ ଗୁଡ଼ିକ ବିଷୟରେ ଜିଲ୍ଲା ଯୋଜନା ବୋର୍ଡ ଅଧିକାରୀ ତାଙ୍କୁ ଅବଗତ କରାଇବା ଆଦି ପ୍ରସଙ୍ଗ ଉପରେ ବିଧାୟିକା ଗୁରୁତ୍ଵ ପୂର୍ଣ୍ଣ ଆଲୋଚନା କରିବା ସହ ତତ୍ପରତା ସହ କାର୍ୟ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।
କୌଣସି କାର୍ୟ୍ୟ ରେ ଅବହେଲା କଲେ ତାହା କ୍ଷମଣୀୟ ନୁହେଁ ବୋଲି ବିଧାୟିକା କହିଥିଲେ। ବୈଠକରେ ବରଗଡ଼ ଆର୍ ଏବଂ ବି ବିଭାଗର ସହକାରୀ ଯନ୍ତ୍ରୀ ଶତ୍ରୁଘ୍ନ କାଳୋ , ବରଗଡ଼ ଜଳ ସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ,ଜିଲ୍ଲା ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଫକିର ମୋହନ ସାହୁ,ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ,ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ,ଅତାବିରା ଏନ୍ ଏ ସି କାର୍ୟ୍ୟ ନିର୍ବାହୀ ଅଧିକାରୀ ଜୟକୃଷ୍ଣ ପାତ୍ର,ଟାଟା ପାୱାର ନିଗମ,ସମ୍ବଲପୁର ଜଳପରିମଳ ଓ ଜନ ସ୍ବାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ,ବରଗଡ଼ ଜଳପରିମଳ ଜନସ୍ବାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ,ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଏନ୍ ଏ ସି ସଭାପତି ଟଙ୍କ ଦାଶ , ଯୁବ ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା ଓ ଗଣେଶ ସାହୁ ସକ୍ରିୟ ସହଯୋଗ କରିଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories