www.samajalive.in
Monday, December 15, 2025
15.1 C
Bhubaneswar

ବହୁ ଚର୍ଚ୍ଚିତ ରାସ୍ତାର କଂକ୍ରିଟ କରଣ ପାଇଁ ଶିଳାନ୍ୟାସ କଲେ ବିଧାୟିକା

ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗେଜୋ ଗୋଟ ପଡ଼ାରୁ ବହୁତ ଟିକ୍ରା କଣ୍ଟାତଲ ପଡ଼ା ଓ ଭୁତ ଟିକ୍ରା ରାସ୍ତା ଉନ୍ନତି କରଣ ପାଇଁ ଆଜି ଶିଳାନ୍ୟାସ ହୋଇଯାଇଛି। ପ୍ରକାଶ ଥାଉକୁ ଏହି ରାସ୍ତା ଏତେ ବିପର୍ଯ୍ୟସ୍ତ ହୋଇ ପଡ଼ି ଲୋକେ ଆମ୍ବୁଲାନ୍ସ ସେବା ପାଉ ନଥିଲେ। ରୋଗୀଙ୍କୁ ଖଟିଆରେ ବୁହା ହୋଇ ନିଆଯାଇଥିଲା। ବର୍ଷା ଦିନେ ରାସ୍ତାଟି ଆଣ୍ଠୁଏ କାଦୁଆ ହୋଇ ଲୋକଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥିଲା। ଗ୍ରାମର ଲୋକେ ଏହି ରାସ୍ତାରେ ଧାନ ଗଛ ଲଗାଇ ପ୍ରତିବାଦ ଜଣାଇଥିଲେ, ପ୍ରଶାସନ ଠାରେ ଅଭିଯୋଗ କରିଥିଲେ। ରାସ୍ତା ଯୋଗୁ ଚିକିତ୍ସା ବିଳମ୍ବ ହେବା ଫଳରେ ଅମୂଲ୍ୟ ଜୀବନ ବି ଚାଲିଯାଇଛି। କିନ୍ତୁ ପ୍ରଶାସନ ଏହାକୁ ଅଣଦେଖା କରିଆସୁଥିଲା।

ଲୋକଙ୍କ ଏହି ଦୁଃଖରେ ଦରଦୀ ବନ୍ଧୁ ସାଜିଥିଲା ଗଣମାଧ୍ୟମ। ବାରମ୍ବାର ‘ସମାଜ’ ଖବର କାଗଜରେ ଏହି ରାସ୍ତାର ଅବସ୍ଥା, ଲୋକଙ୍କ ଦୂରlବସ୍ଥା ଉପରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ର ଆଖି ପଡ଼ିଛି ଏହି ରାସ୍ତା ଉପରେ। ଏହି ରାସ୍ତାର କଂକ୍ରିଟ କରଣ ପାଇଁ ଆଜି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏହାର ଶିଳାନ୍ୟାସ କରିଛନ୍ତି। ଏହି ଶିଳାନ୍ୟାସ ଅବସରରେ ବିଧାୟିକା ଶୋଭାଯାତ୍ରାରେ ବାହାରି ଗ୍ରାମ୍ୟ ପରିକ୍ରମା କରି ଶିଳାନ୍ୟାସ ସ୍ଥଳରେ ପହଞ୍ଚିଥିଲେ। ବ୍ଲକ ଅଧ୍ୟକ୍ଷା ରିତା ସାହୁ, ଅମିୟ ବିଶ୍ଵାଳ, ରାଜେନ୍ଦ୍ର ସେଠ୍, କୃଷ୍ଣ ମହାକୁର, ଗଣେଶ ପ୍ରଧାନ, ଏକାଦଶୀଆ ଛନ୍ଦ, ଏନଏସି ସଭାପତି ଟଙ୍କ ଦାଶ, ଚତୁର୍ଭୁଜ ମହାକୁର, ନେହେରୁ ମେଣ୍ଡେଲି, ରାଜେନ୍ଦ୍ର ଗେଜୋ, ରୂପା ଗେଜୋ, ଲକ୍ଷ୍ମଣ ବେହେରା, ବିବେକl ଗେଜୋ ତଥା ପଞ୍ଚାୟତର ଛ ଖଣ୍ଡ ଗ୍ରାମର ମହିଳାମାନେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ଏତେ ଦିନ ପରେ ତାଙ୍କର ସପ୍ନ ପୁରାହେବା ସହ ଭବିଷ୍ୟତ ପିଢ଼ିର ଜୀବନ ଆଲୋକମୟ ହେବାର ସମ୍ଭାବନା ଦେଖାଦେଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories