www.samajalive.in
Monday, December 8, 2025
20.1 C
Bhubaneswar

ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗର ବୈମାତୃକ ମନୋଭାବ: ଯାତାୟତ ଅନୁପୋଯୋଗୀ ରାସ୍ତା ନିର୍ମାଣ ନେଇ ସନ୍ଦେହ

ଧାମରା:୨୦୧୫ ମସିହାରେ ଚୌଧୁରୀଘାଟ ଚାରିଛକରୁ ଚରଦିଆ ଚାରି ମୁଣ୍ଡ ପର୍ଯ୍ୟନ୍ତ ଥିବା ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରାଯାଇଥିଲା। ଠିକା ନେଇଥିବା ସଂପୃକ୍ତ ଠିକାଦାର ଏହି ରାସ୍ତାକୁ ନିର୍ମାଣ କରି ୨୦୧୬ ମସିହାରେ ଚରଦିଆ ପଂଚାୟତବାସୀଙ୍କ ଉଦ୍ୱେଶରେ ଉର୍ତ୍ସଗୀଜୃତ କରିଦେଲେ। ମାତ୍ର ଏହି ରାସ୍ତା ନିର୍ମାଣ ହେବା ପରେ ମଧ୍ୟ ସଂପୃକ୍ତ ଠିକାଦାର ଏହି ରାସ୍ତାକୁ ମରାମତି କରିବାକୁ ଭୁଲିଗଲେ ଏହା କେବଳ ଠିକାଦାର ଏବଂ ବିଭାଗୀୟ କର୍ତୁପକ୍ଷଙ୍କ ମଧୁଚନ୍ଦ୍ରିକା ଯୋଗୁ ବୋଲି ସର୍ବସାଧରଣରେ ଚର୍ଚା ଚାଲିଛି, ଫଳରେ ଦୀର୍ଘ ୬ବର୍ଷ ହେବ ଏହି ରାସ୍ତା ମରାମତି କରିବାକୁ ଅଂଚଳବାସୀ ବହୁ ଅନୁନୟ ବିନୟ ହେବା ପରେ ମଧ୍ୟ ଆଜି ଭଳି ଦିନରେ ଏହି ରାସ୍ତା ନିର୍ମାଣ ସାତ ସପନ ପାଲଟିଛି। ଅଂଚଳବାସୀ

ଏହି ୫କିମି ରାସ୍ତାର ନିର୍ମାଣ ପାଇଁ ବହୁବାର ବିଭାଗୀୟ କର୍ତୁପକ୍ଷଙ୍କୁ ଲିଖିତ ଅନୁରୋଧ କରିବା ପରେ ଆଜି ଭଳି ଦିନରେ ଏହି ରାସ୍ତା ସଂପୂର୍ଣ ଯାତାୟତ ଅନୁପୋଯୋଗୀ ହୋଇ ପଡିଛି ଏପରିକି ସାଧାରଣ ବାଟୋଇ ଆଜି ଭଳି ଦିନରେ ଚାଲିଯିବା କଷ୍ଟକର ବ୍ୟାପାର ହୋଇ ପଡିଥିବା ବେଳେ ସାଇକେଲ,ବାଇକ ଆରୋହୀ ଏବଂ ଚାରିଚକିଆ ଯାନ ଯାତାୟତ ସଂପୂର୍ଣ ବନ୍ଦ ହୋଇ ଯାଇଛି।ଏହାର କାରଣ ଜାଣିବାକୁ ଯାଇ ଅଂଚଳବାସୀ ଅଭିଯୋଗ ଆଣିଛନ୍ତି ଯେ ଏହି ରାସ୍ତା ନିର୍ମାଣ କରିଥିବା ଠିକାଦାର ଏବଂ ଏହି ରାସ୍ତା ଦେଇ ଅନ୍ୟ ଏକ କାର୍ଯ୍ୟ କରୁଥିବା ଠିକାଦାର ଙ୍କ ମଧ୍ୟରେ କଥା କଟାକଟିରୁ ଆଜି ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ ହୋଇ ପାରୁ ନାହିଁ। ଏହାର ପ୍ରକୃତ କାରଣ ବୁଝିବାକୁ ଯାଇ ବିଭାଗୀୟ କର୍ତୁପକ୍ଷ ନିଜର ମତାମତରେ କୁହନ୍ତି ଏହି ରାସ୍ତା ନିର୍ମାଣ କରିଥିବା ଠିକାଦାର ଗୋଟିଏ ଫଳକରେ ଏହି ରାସ୍ତାରେ ୧୦ଟନ ଓଜନରୁ ଅଧିକ ଓଜନର ମାଲବାହୀ ଟ୍ରକ ଯାତାୟତ କରିବାକୁ ଉଲ୍ଲେଖ କରିଥିଲେ। ମାତ୍ର ଏହି ଫଳକର ଭାଷାକୁ କେହି ନ ବୁଝି ଅଂଚଳବାସୀ ଏବଂ ସଂପୃକ୍ତ ଠିକାଦାର ଏହି ରାସ୍ତାରେ ଭାରିଯାନ ଗୁଡିକ ବହୁଳ ଭାବରେ ଯାତାୟତ କରୁଥିବାରୁ ଏହି ରାସ୍ତା ସଂପୂର୍ଣ ଅନୁପୋଯୋଗୀ ହୋଇ ପଡିଲା।

- Advertisement -

ଅନ୍ୟ ପକ୍ଷରେ ଆଜି ଭଳି ଦିନରେ ବିଭାଗୀୟ କର୍ତୁପକ୍ଷ ଏହି ରାସ୍ତାକୁ ମରାମତି କରିବା ପାଇଁ ଛୈାଟ ଛୋଟ ଭାଗରେ ବିଭକ୍ତ କରି ଠିକାଦେଇଥିବା କଥା ଉପଖଣ୍ଡ ଅଧିକାରୀ କହୁଥିବା ବେଳେ ଆଜି ପର୍ଯ୍ୟନ୍ତ ଠିକା ନେଇଥିବା ଠିକାଦାର ଦୀର୍ଘ ଦିନ ହେବ ଚୁକ୍ତିପତ୍ର ସଂପାଦନ କରିସାରିଥିବା ବେଳେ ଏହି ରାସ୍ତା ନିର୍ମାଣ କରୁ ନାହାନ୍ତି। କେଉଁ କାରଣରୁ ଏହା ହୋଇ ପାରୁ ନାହିଁ ବୋଲି ଉପଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ ସେ ସବୁ ସମୟରେ ୧୦ ଦିନ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି କହୁଥିବା ବେଳେ ଏହା ସମ୍ଭବ ନୁହେଁ ବୋଲି ଅଂଚଳବାସୀ ମଧ୍ୟ ଅଭିଯୋଗ ଆଣିଛନ୍ତି। ୨୦୧୬ ମସିହାରେ ନିର୍ମାଣ ହୋଇଥିବା ଏହି ରାସ୍ତାର ମେଂଟନାନ୍ସ ୫ବର୍ଷ ଅର୍ଥାତ ୨୦୨୧ ମସିହା ପର୍ଯ୍ୟନ୍ତ ହେବାର ନିୟମ ଥିବା ବେଳେ ଏହି ଅବଧି ସମୟ ମଧ୍ୟରେ ସଂପୃକ୍ତ ଠିକାଦାର ଉଭାନ ହୋଇ ଯାଇଥିଲେ। ବିଭାଗର ମନମାନୀ ପାଇଁ ଚରଦିଆ ବାସୀ ଏ ବାବଦରେ ଭଦ୍ରକ ଜିଲ୍ଲାପାଳ, ବିଭାଗୀୟ ମୁଖ୍ୟଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ରାସ୍ତା ଦେଇ ଧାମରା, ବାଂଶଡା, ଜାଗୁଳା, କଇଥଖୋଲା, କରଞମାଳ ପଂଚାୟତର ହଜାର ହଜାର ବାସିନ୍ଦା ଯାତାୟତ କରୁଥିବା ବେଳେ ଏହି ରାସ୍ତା ତୁରନ୍ତ ନିର୍ମାଣ କରିବାକୁ ସର୍ବସାଧାରଣରେ ଦାବୀ ହୋଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories