www.samajalive.in
Monday, December 15, 2025
15.1 C
Bhubaneswar

କୋରଙ୍ଗାରେ ଅବକାରୀ ଚଢାଉ, ୪୮୦ଲିଟର ମଦ ଓ ୩୦୮୦ଲିଟର ପୋଚ ଜବତ

ଆଠଗଡ/ତିଗିରିଆ: କଟକ ଜିଲ୍ଲାପାଳ ଓ ଭାରପ୍ରାପ୍ତ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଅବକାରୀ ଏବଂ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ ପକ୍ଷରୁ ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମ ଉପରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀମଦ ଓ ଗୁଡପୋଚ ଜବତ କରାଯାଇଛି। କୋରଙ୍ଗା ଅଞ୍ଚଳର ବେଆଇନ ମଦଭାଟି, ବୁଦା ଜଙ୍ଗଲ ଓ ଧାନ ଖେତରେ ଲୁଚାଇ ରଖାଯାଇଥିବା ସଦ୍ୟପ୍ରସ୍ତୁତ ୪୮୦ଲିଟର ଦେଶୀମଦ ଏବଂ ମଦପ୍ରସ୍ତୁତି ପାଇଁ ଶତାଧିକ ପ୍ଲାଷ୍ଟିକ ଜାରକିନରେ ଗଚ୍ଛିତ ଥିବା ୩୦୮୦ଲିଟର ଗୁଡପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା। ପୋଚ ଓ ମଦକୁ ତଳେ ଡାଳିବା ଏବଂ ପ୍ଲାଷ୍ଟିକ ଜାରକିନଗୁଡିକୁ ହାଣି ଫଟାଇବା କାର୍ଯ୍ୟକୁ ଭିଡିଓ ଚିତ୍ରୋତ୍ତଳନ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

ଏହି ଚଢାଉ ପୂର୍ବରୁ ସେଠାରେ ଉପସ୍ଥିତ ଥିବା ମଦମାଫିଆ ଓ ମଦରନ୍ଧାରେ ନିୟୋଜିତ ଶ୍ରମିକ ଫେରାର ହୋଇଯିବାରୁ କାହାରିକୁ ଗିରଫ କରାଯାଇପାରିନଥିଲା। ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ, ଭ୍ରାମ୍ୟମାଣ ଦଳ ନିରୀକ୍ଷକ ସଂଜୀତ ବାର୍ଲା, ଆଠଗଡ ସହକାରୀ ନିରୀକ୍ଷକ ବିଜୟ କୁମାର ଭଞ୍ଜ ନରସିଂହପୁର ଭାରପ୍ରାପ୍ତ ଅଧିକାରୀ ଦେବାନନ୍ଦ ଭୂୟାଁଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories