ଭୂତକୋଠି ପାଲଟିଛି ଗୁଦୁଗୁଦି ଚେକ୍ ଗେଟ

ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମରୁ ଦୁଇ କିମି ତଥା ଗୋଡଭଗା ଠାରୁ ତିନି କିମି ଦୂରରେ ରହିଛି  ଗୁଦୁଗୁଦି ଚେକ୍ ଗେଟ । କେନାଲ ଉପରେ ଏକ  ସରୁ ପୋଲ ରହିଛି ଯାହା ଫଳରେ  କେନାଲ ପାଣି କଚାଡି ହୋଇ ପଡେ, ତେଣୁ ଆଞ୍ଚଳିକ ଭାଷାରେ  ଏହାକୁ ଗୁଦୁଗୁଦି ବୋଲି ଲୋକେ କହିଥାନ୍ତି । ଉକ୍ତ ପୋଲ ପାର୍ଶ୍ଵରେ ରହିଛି  ଧାନର ଚେକ୍ ଗେଟ । ଦୀର୍ଘ ୧୫/୨୦ ବର୍ଷ ପୂର୍ବରୁ ଚାଷୀଙ୍କ ଅମଳ ଧାନ  ଟ୍ରାକ୍ଟରରେ ବୋଝେଇ କରି ମାର୍କେଟକୁ ଆଣିବା ବେଳେ ପ୍ରଥମେ ସେହି ଚେକ୍ ଗେଟରେ ଯାଞ୍ଚ କରାଯାଉଥିଲା। କିନ୍ତୁ  ଦୀର୍ଘ ବର୍ଷ ହେଲା ଏହି ଚେକ୍ ଗେଟ ଆଉ କାର୍ଯ୍ୟକାରୀ ହେଉ ନାହିଁ । ତେଣୁ ଘରର ସମସ୍ତ କବାଟ ଝରକା ତାଡି ଲୋକେ ଚୋରି କରି ବୋହି ସାରିଲେଣି । କେବଳ ଘର ଖଣ୍ଡିକ  ପଡ଼ିରହିଛି ଭୂତ କୋଠୀ ଭଳି।  ଚାରିଆଡ଼େ ସନ୍ତସନ୍ତିଆ ହୋଇ ଅନାବନା ଗଛଲତାରେ ଭରି ରହିଛି ।
ଏହି ରାସ୍ତାଟି ଗୋଡ଼ଭଗା ରୁ ହୀରାକୁଦ  ବନ୍ଧକୁ ସଂଯୋଗ କରୁଛି । ତେଣୁ ଅନେକ ଲୋକ ଏହି ରାସ୍ତା ଦେଇ ନୀତି ପ୍ରତି ଭାବେ ଯିବା ଆସିବା କରିଥାନ୍ତି। ଦୁଇ ଛାତ ବିଶିଷ୍ଟ କୋଠା ଘର ବର୍ତ୍ତମାନ ପାଲଟିଛି ଅସାମାଜିକ ବ୍ୟକ୍ତିମାନଙ୍କ ଆଡ୍ଡାସ୍ଥଳୀ ।ଘର ଟି ସୁବିଧା ହେଉଛି ଛପି ରହିବାକୁ। ତେଣୁ  ଦିନ ହେଉ କି ରାତି ଏହି ରାସ୍ତା ଦେଇ  ଯିବା ଆସିବା  କରିବା ଲୋକଙ୍କ ପାଇଁ ବିପଦ ସାଜିଛି  ।ଚୋର ଡକାୟତ ମାନେ ଏହି ଘରେ ଲୁଚି ରହି ଲୋକଙ୍କୁ   ଡକାୟତ କରୁଛନ୍ତି। ଏମିତି ଅନେକ ଚୋରି  ଦୁର୍ଘଟଣା  ର ନଜିର ରହିଛି । ଏହା ବ୍ୟତୀତ ଅସାମାଜିକ କାର୍ଯ୍ୟ , ମଦ୍ୟପ ତଥା ନିଶା ଖୋର୍ ମାନଙ୍କର ମଧ୍ୟ ଆଡ୍ଡାସ୍ଥଳୀ ପାଲଟିଛି । ମହିଳାମାନଙ୍କ  ପାଇଁ  ଏହି ରାସ୍ତା ଦେଇ ଯିବା  ଆହୁରି ବିପଦ ହୋଇଛି।
ତେଣୁ ବୁର୍ଲା ଦେଇ   ଲୋକେ ଯିବା ପାଇଁ ବାଧ୍ୟ ହେଉଛନ୍ତି ରାସ୍ତା ଅଧିକ ଲମ୍ବା ହେଲେ ମଧ୍ୟ।  ତେଣୁ ଏହି ଘରକୁ ମରାମତି କରାଯାଇ ବିଜୁଳି ସଂଯୋଗ କରି  ନିରାଶ୍ରିତ ମାନଙ୍କ ପାଇଁ ଆଶ୍ରା ସ୍ଥଳୀ କରାଯାଉ ନ ହେଲେ ଘର ଟିକୁ ଭାଙ୍ଗି ଦିଆଯାଉ। ଯାହା ଫଳରେ ଏହି ଘର ଆଉ ଅସାମାଜିକ ଓ  ଚୋର  ଡକାୟତ ମାନଙ୍କର ଆଡ୍ଡାସ୍ଥଳୀ  ହୋଇ ପାରିବନି । ଏହି ରାସ୍ତା ଦେଇ ସିଲେଟ ରୁ  ଗୋଡ଼ଭଗା କଲେଜ କୁ ଛାତ୍ର ଛାତ୍ରୀ ମାନେ ପାଠ ପଢିବାକୁ ଆସୁଛନ୍ତି । ଦୁର୍ଭାଗ୍ୟ  ବଶତଃ ଯଦି କେବେ କିଛି ବଡ ଦୁର୍ଘଟଣା ଘଟେ  ତେବେ  ଅମୂଲ୍ୟ ଧନ ଜୀବନ ଅଚିରେ  ଚାଲିଯିବ। ଏ ନେଇ ଅଞ୍ଚଳବାସୀ ଅନେକ ଥର ଦାବି କରି ଆସିଥିଲେ ମଧ୍ୟ ଆଜି ଯାଏଁ କିଛି ସୁଫଳ ମିଳି ନାହିଁ ।ଏଣୁ   ଜିଲ୍ଲା ପ୍ରଶାସନ   ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ଏହାର ବିହିତା ବ୍ୟବସ୍ଥା କରିବା ପାଇଁ   ଅଞ୍ଚଳ ବାସୀ ଦାବି କରିଛନ୍ତି ।

Comments are closed.