ଭିଏସଏସନଗର ସର୍ଟ ବାଉଣ୍ଡ୍ରି କ୍ରିକେଟ  ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସମ୍ବଲପୁର ଚାମ୍ପିଅନ

ରେଙ୍ଗାଲିକ୍ୟାମ୍ପ : ବରଗଡ ଜିଲା ଅତାବିରା ଏନଏସି ୨ ନମ୍ବର ୱାର୍ଡର ଭିଏସ ଏସ ନଗରଠାରେ ୨ଦିନ ଧରି ଚାଲିଥିବା ଷଷ୍ଠ ସର୍ଟ ବାଉଣ୍ଡ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ଫାଇନାଲ ମ୍ୟାଚ ଷ୍ଟେପଅପ ସମ୍ବଲପୁର ଓ ଏଆରଏସ ଅତାବିରା ସହିତ ହୋଇଥିବାବେଳେ ସମ୍ବଲପୁର ଦଳ ଏହି  ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହୋଇଛନ୍ତି।
ଏହି  ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ  ଅତାବିରା ଏନଏସି ଅଧ୍ୟକ୍ଷ ବନମାଳୀ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟନାରାୟଣ ତାଣ୍ଡି, ମଣ୍ଟୁ ପଣ୍ଡା, ଏନଏସି ସଭାପତି ଟଙ୍କ ଦାସ, କାଉନସିଲର ଶିବାନନ୍ଦ ତ୍ରିପାଠୀ, ଆଇନଜିବୀ ଉନ୍ନି ନାୟାର, କ୍ଷିରୋଜ ନାଏକ, ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।  ପ୍ରଥମ ରାତିରେ ୮ଟି ମ୍ୟାଚ ଅନୁଷ୍ଠିତ ହେଉଥିବାବେଳେ  ଶେଷ ରାତିରେ ମଧ୍ୟ ଆଠଟି ମ୍ୟାଚ ଖେଳ  ହୋଇଥିଲା।
ପ୍ରଥମ ମ୍ୟାଚଟି ଟିପିଡବ୍ୟୁଓଡିଏଲ ଅତାବିରା ଓ ଭୋଇପୁରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ଉତ୍ସବରେ ବିଜୟୀ ଦକ ତଥା ଶ୍ରେଷ୍ଠ ଖେଳ  ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଟ୍ରଫି ଓ ପୁରସ୍କାର ରାଶି ଦେଇ ସମ୍ମାନିତ କରାଯାଇଥିଲା। ଦୁଇଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ଭି ଏସଏସ ନଗର କ୍ରିକେଟ ଆସୋସିଏସନ ତଥା ଅବିନାଶ ବାରିକ, ବିକାଶ ବାରିକ, ରାମ, ସନ୍ଦୀପ,ଧୀରଜ ନାଏକ, ଶିବାନନ୍ଦ ତ୍ରିପାଠୀ,ବିସ୍ମୟ ନାଏକ, ସମୟ ନାଏକ, ଲକ୍ଷ୍ମୀକାନ୍ତ ସାହୁ, ମାନସ, ଅକ୍ଷୟ ମହାରଣାଙ୍କ ସହିତ ସେଠାକାର ସମସ୍ତ କ୍ରିକେଟ ପ୍ରେମୀ ଉକ୍ତ  ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ସହଯୋଗ କରିଛନ୍ତି।

Comments are closed.