www.samajalive.in
Monday, December 15, 2025
24.1 C
Bhubaneswar

ସଡକ ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟରଜପଥର ଠେଲକୋଲୋଇ ପାଖରେ ଆଜି ଏକ ସଡକ ଦୁର୍ଘଟଣା ରେ ଝାରସୁଗୁଡା ମଙ୍ଗଳବାର ସଲିମ ଖାନ୍ (୫୨)ନାମକ ଜନୈକ ସାଇକେଲ ଆରୋହୀର ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣା ଠେଲକୋଲୋଇ ପାଖରେ ଘଟି ଥିବା ବେଳେ ମୃତ ଦେହ ପଣ୍ଡଲୋଇ ସ୍ଥିତ ଶ୍ୟାମ୍ ମେଟାଲିକ୍ସ କାରଖାନା  ପାଖରେ ପଡିଥିବା ବେଳେ ପୁଲିସ ଉଦ୍ଧାର କରିଛି। ମୃତକର ସାଇକେଲ ଠେଲକୋଲୋଇ ପାଖ ଦୁର୍ଘଟଣା ସ୍ଥଳରେ ପଡିଛି।
କିଛି ପ୍ରତ୍ୟକ୍ଷ ଦର୍ଶୀ କହିବା ଅନୁଯାୟୀ ଏକ ଘରୋଇ ବସ୍ ସଲିମକୁ ଧକ୍କା ଦେବା ଫଳରେ ସେ ମୃତ୍ୟୁବରଣ କରିଥିଲା।  ମୃତ ଦେହ ବସରେ ଲଟକି ରହି ଘଟଣାସ୍ଥଳ ରୁ ଘୋଷାଡି ହୋଇ  ଶ୍ୟାମ ମେଟାଲିକ୍ସ  ପାଖରେ ବସ୍ ବ୍ରେକ୍ ମାରିଲା ବେଳକୁ ସଲିମ୍ ର ମୃତ ଦେହ ରାସ୍ତା ରେ ପଡିଥିବା କୁହାଯାଉଛି। ଖବର ପାଇ ରେଙ୍ଗାଲି ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଜବତ କରି ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଥିବାର ପ୍ରକାଶ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories