www.samajalive.in
Monday, December 15, 2025
15.1 C
Bhubaneswar

ଗୋଚ୍ଛାପଡା ଅଞ୍ଚଳରେ ମାଓ ପୋଷ୍ଟର, ମାଓନେତା ଦାସରୁଙ୍କୁ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ :  କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଗତ ୩ ତାରିଖରେ ପୁଲିସ ଗୁଳିରେ ନିହତ ହୋଇଥିବା ମାଓନେତା ଦାସରୁଙ୍କୁ ପୋଷ୍ଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛି ମାଓ ସଙ୍ଗଠନ । କେକେବିଏନ ଡିଭିଜନାଲ କମିଟି ପକ୍ଷରୁ ଜାରି ଏହି ପ୍ରେସ୍ ବିଜ୍ଞପ୍ତିରେ ଦାସରୁଙ୍କୁ ଶହୀଦ ଆଖ୍ୟା ଦିଆଯାଇ ତାଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି କୁହାଯାଇଛି । ୨୦୧୪ ମସିହାରୁ ପାର୍ଟିରେ ସାମିଲ ହୋଇ ସେ ଦଳିତ ଆଦିବାସୀଙ୍କ ପାଇଁ କାମ କରୁଥିଲେ ବୋଲି ପୋଷ୍ଟରରେ ଉଲ୍ଲେଖ ଅଛି । ଲଢେଇରେ ସହଯୋଗ ପାଇଁ ଲୋକଙ୍କୁ ଆହ୍ୱାନ ଦେଇଛି ଲାଲବାହିନୀ ।

ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ସୁପଲା, ଡାଙ୍ଗାଣାମା, ପକାରୀ, ବାଲନ୍ଦାପଡ଼ା, କୁମେଲସିଂ, ସୁଟାଣୀଘାଟି, କ୍ରାଣ୍ଡିବାଲି ସମେତ ସାଡ଼ିଙ୍ଗିଆଠାରେ ମଧ୍ୟ ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଗତ ୩ ତାରିଖରେ ବାଲିଗୁଡ଼ା ଥାନା ସୁଡ୍ରା ଅଞ୍ଚଳରେ ପୁଲିସ ସହ ଗୁଳି ବିନିମୟବେଳେ ମାଓ ବାହୀନୀର ଡିଭିଜନାଲ କମିଟି ମେମ୍ବର ତଥା କେକେବିଏନ ସଙ୍ଗଠନର ଟପ୍ ନେତା ଗୁଡୁ ମଣ୍ଡାରୀ ଓରଫ ଦାସରୁ ନିହତ ହୋଇଥିଲେ । ତେବେ ଏହି ଗୋଛାପଡା ଥାନା ଅଞ୍ଚଳରେ ମାଓପୋଷ୍ଟର ଲାଗିଵା ପରେ ଲୋକଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ପୋଲିସର ମଧ୍ୟ ତତ୍ପରତା ପ୍ରକାଶ ପାଇଛି I ଅନ୍ୟପଟେ ଅଞ୍ଚଳରେ ଜନସାଧାରଣଙ୍କୁ ଭୟଭୀତ ନହେବା ପାଇଁ ପୋଲିସ  ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି I

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories