www.samajalive.in
Monday, December 15, 2025
24.1 C
Bhubaneswar

ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ୍ ବିଶ୍ବକପ ଚାମ୍ପିଅନ୍, ୭୯ ରନରେ  ହାରିଲା ଭାରତ

ବେନୋନୀ : ଭାରତୀୟ ଜୁନିୟର ଟିମର ୧୯ ବର୍ଷରୁ କମ୍ ବିଶ୍ବକପ୍ ଚାମ୍ପିଅନ୍ ହେବାର ସ୍ବପ୍ନ ଅଧା ରହିଗଲା । ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୭୯ ରନରେ ହରାଇଛି । କଙ୍ଗାରୁ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତକୁ ପ୍ରଥମ ଥର ହରାଇଛି । ଅଷ୍ଟ୍ରେଲିଆ ୪ର୍ଥ ଟାଇଟଲ ଜିତିଛି । ଏହା ପୂର୍ବରୁ ଟିମ୍ ୨୦୧୦ରେ ପାକିସ୍ତାନକୁ ୨୫ ରନରେ ହରାଇ ଚାମ୍ପିଅନ୍ ହୋଇଥିଲା ।

ବେନୋନୀରେ ରବିବାର ଅଷ୍ଟ୍ରେଲିଆ ଟିମ୍ ଟସ୍ ଜିତି ବ୍ୟାଟିଂ କରି ୫୦ ଓଭରରେ ୭ ଓ୍ବିକେଟ୍ ହରାଇ ୨୫୩ ରନ୍ କରିଥିଲା । ହରଜସ ସିଂହ ସବୁଠାରୁ ଅଧିକ ୫୫ ରନ୍ କରିଥିଲେ । ୨୫୪ ରନର ଟାର୍ଗେଟର ପିଛା କରି ଭାରତୀୟ ଟିମ୍ ୪୩.୫ ଓଭରରେ ୧୭୪ ରନରେ ଅଲଆଉଟ୍ ହୋଇଯାଇଛି । ଓପନର ଆଦର୍ଶ ସିଂହ ସବୁଠାରୁ ଅଧିକ ୪୭ ରନ୍ କରିଛନ୍ତି । ତେବେ ଏହା ସହିତ ଭାରତକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିଅନ୍ ହୋଇଛି ।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories