ଅତାବିରା ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ ପାଳିତ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅନ୍ତର୍ଗତ  ଅତାବିରା ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଓ ରେଡ ରିବନ କ୍ଳବ ର ମିଳିତ ଆନୁକୁଲ୍ୟରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଏକ ସଚେତନତା ସଭାରେ ଅଧ୍ୟକ୍ଷ  ଅଶ୍ଵିନୀ କୁମାର ପ୍ରଧାନ ସଭାପତିତ୍ବ କରିଥିବା ବେଳେ ଯୁବ ରେଡକ୍ରସ ର ପରାମର୍ଶ ଦାତା ଅଧ୍ୟାପକ ପରମାନନ୍ଦ ରଥ ସଭା ପରିଚାଳନା କରିଥିଲେ।  ଡଃ   ଦେବ କଲ୍ୟାଣ ସାହୁ  ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି  ଏଡ଼ସ ରୋଗ ର ସଂକ୍ରମଣ,ନିରାକରଣ ଓ ଚିକିତ୍ସା ବ୍ୟବସ୍ଥା ତଥା କରୋନା ମହାମାରୀ ସହ ବର୍ତ୍ତମାନ ର ଯୁବ ପୀଢ଼ି କିପରି ଖାପ ଖୁଆଇ ଚଳିବା ର ଆବଶ୍ୟକତା ରହିଛି ସେ ଉପରେ ବିସ୍ତୃତ ଆଲୋଚନା  କରିଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ରଙ୍ଗୋଲି ,ପ୍ରବନ୍ଧ,ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇଥିଲା ଯେଉଁଥିରେ   ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହାପରେ ଶତାଧିକ ଛାତ୍ରଛାତ୍ରୀମାନେ ଲିଫ୍ଲେଟ୍ ବଣ୍ଟନ ଓ ରେଡ ରିବନ ବାନ୍ଧି ଏଡ଼ସ ର ଭୟାବହତା ଉପରେ ବିଭିନ୍ନ ସ୍ଲୋଗାନ ଦେଇ ସଚେତନ  ଶୋଭାଯାତ୍ରା  ଅତାବିରା ଦୁର୍ଗ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ଥିଲା ।ସେଠାରେ ଜନ ସାଧାରଣ ଙ୍କୁ ସଚେତନ କରିବା କାଇଁ ଏକ ପଥ ପ୍ରାନ୍ତ ନାଟକ  ମଧ୍ୟ  ପରିବେଷଣ କରିଥିଲେ ।  କୃଷି ସମବାୟ ବ୍ୟାଙ୍କର ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା ଉପସ୍ଥିତ ରହି  ଶୋଭାଯାତ୍ରାକୁ ସ୍ଵାଗତ କରିବା ସହ ଜଳପନ ବ୍ୟବସ୍ଥା କରିଥିଲେ । ପ୍ରାଧ୍ୟାପକ ସୂର୍ଯ୍ୟନାରାୟଣ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥଲେ ।

Comments are closed.