www.samajalive.in
Sunday, December 7, 2025
14.1 C
Bhubaneswar

ଆତ୍ମନିର୍ଭରଶୀଳ ପାଇଁ ‘ଘର ଅଗଣାରେ କୁକୁଡ଼ା ପାଳନ’ ଯୋଜନାର ଆରମ୍ଭ

ରେଙ୍ଗାଲିକ୍ୟାମ୍ପ : ଅତାବିରା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ୧୨୫ ଜଣ ମହିଳାଙ୍କୁ ଜଣକୁ ୨୫ ଟି ଲେଖାଏଁ ମୋଟ ୩୧୨୫ ଟି କୁକୁଡ଼ା ଚିଆଁ ବଣ୍ଟନ କରାଯାଇଛି । ଭାରତରେ ଜନସଂଖ୍ୟାର ବୃଦ୍ଧି ଓ ସେହି ତୁଳନାରେ ଖାଦ୍ୟର ଆବଶ୍ୟକତାକୁ ତଥା ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାର ଉଦ୍ଦେଶ୍ୟ ନେଇ ସରକାର “ଘର ଅଗଣାରେ କୁକୁଡ଼ା ଚାଷ ” ଯୋଜନାର ଆରମ୍ଭ କରି ମହିଳା ମାନଙ୍କୁ ମାଗଣାରେ କୁକୁଡ଼ା ଚିଆଁ ବଣ୍ଟନ କରିବାର ବ୍ୟବସ୍ଥା କରିଛନ୍ତି। ଏହା ବହୁଳ ମାତ୍ର।ରେ ବଢୁଥିବା ଜନସଂଖ୍ୟା ପାଇଁ ଆହାର ଯୋଗାଇବାର ମଧ୍ୟ ଭାରସାମ୍ୟ ଧାରଣ କରି ପାରିବ ବୋଲି ଜଣାପଡିଛି।
ଆଧୁନିକ ଚାଷ ପ୍ରଣାଳୀ ଏବଂ ଖାଦ୍ୟ ଚାହିଦା ମେଣ୍ଟାଇବା ଲାଗି ଆହୁରି ଅଧିକ ଉତ୍ପାଦନର ଆବଶ୍ୟକତା ରହିଛି ବହୁ ପୁରାତନ କାଳରୁ ଚାଷୀ ଭାଇ ଭଉଣୀ ମାନେ ଚାଷ କରିବା ସହ ଅନ୍ୟାନ୍ୟ ଗୃହ ପାଳିତ ପଶୁ ଯଥା ଗାଈ,ବଳଦ, ମଇଁଷି, ଛେଳି, ମେଣ୍ଢା , କୁକୁଡ଼ା ଇତ୍ୟାଦି ପାଳନ କରି ଆସୁଛନ୍ତି। ଦେଶ ବିଦେଶରେ ଏପରି କୁକୁଡ଼ା ପ୍ରଜାତି ଅଛନ୍ତି ଯେଉଁମାନେ ଖୁବ ଶୀଘ୍ର ବଢି ପାରନ୍ତି କିମ୍ବା ବହୁ ମାତ୍ରାରେ ଅଣ୍ଡା ଦିଅନ୍ତି। ଏହିପରି ଏକ ଉନ୍ନତ ପ୍ରଜାତି ହେଉଛି “”ରେନବୋ ରୁଷ୍ଟର”” ଏହାକୁ ଖୁବ ସହଜରେ ଘର ଅଗଣାରେ ପାଳନ କରାଯାଇପାରିବ। ଏମାନେ ଦେଶୀ କୁକୁଡ଼ା ଅପେକ୍ଷା ଅଧିକ ଓଜନର ହୋଇଥାନ୍ତି ଏବଂ ଏମାନଙ୍କର ଅଣ୍ଡା ଉତ୍ପାଦନ କ୍ଷମତା ମଧ୍ୟ ଅଧିକ । ମାଂସ ସୁସ୍ୱାଦୁ ଏବଂ ରଙ୍ଗ ଦେଶୀ କୁକୁଡ଼ା ପରି ହୋଇଥିବାରୁ ଏହାର ବଜାରରେ ଚାହିଦା ଖୁବ ଅଧିକ ।
ଏମାନଙ୍କୁ ପ୍ରଥମେ ୧୦/୧୫ ଦିନ ପର୍ୟ୍ୟନ୍ତ ଦାନା ଦେବାକୁ ପଡିଥାଏ। ପରେ ସେମାନେ ଦେଶୀ କୁକୁଡ଼ା ପରି ଘର ବାହାରେ ଥିବା ପୋକ ଜୋକ ଖାଇ ବଢି ଥାଆନ୍ତି। ଫଳରେ ଏମାନଙ୍କ ପ୍ରତି ବିଶେଷ ପରିଶ୍ରମ କରିବାକୁ ପଡ଼ି ନଥାଏ। ଗୋଟିଏ ଚିଆଁର ମୂଲ୍ୟ ପ୍ରାୟ ୬୫ ଟଙ୍କା। କିନ୍ତୁ ମାଗଣାରେ ଦିଆଯାଇଛି । ଏହି କାର୍ୟ୍ୟ କ୍ରମରେ ବରଗଡ଼ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ନୀଳମଣି ଦୀପଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଉପାଧ୍ୟକ୍ଷ ଅନନ୍ତ ମେହେର,ଏନ୍ ଏ ସି ଅଧ୍ୟକ୍ଷ ବନମାଳୀ ବରିହା, ଆତ୍ମା ସଭାପତି ପ୍ରଶାନ୍ତ ମିଶ୍ର, ଅତାବିରା ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ପ୍ରତାପ ରୁଦ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ରବୀନ୍ଦ୍ର କୁମାର ହୋତା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ଅଞ୍ଚଳର ସମସ୍ତ ସ୍ଵୟଂ ସହାୟିକ। ଗୋଷ୍ଠୀ, ସରପଞ୍ଚ,ସମିତି ସଭ୍ୟ। , ସିଦ୍ଧାର୍ଥ ଶଙ୍କର ପଣ୍ଡା , ଟଙ୍କ ଦାଶ, ସତ୍ୟ ମିଶ୍ର, ଡଃ ସଂଗ୍ରାମ ଦାଶ, ଡଃ ଶାଶ୍ଵତ ଦାଶ, ପ୍ରାଣୀ ଚିକିତ୍ସା କେନ୍ଦ୍ରର ସମସ୍ତ କର୍ମଚାରୀ, ସହଯୋଗ କରିଥିବା ବେଳେ ଡଃ ପ୍ରତାପ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories