www.samajalive.in
Sunday, December 7, 2025
14.1 C
Bhubaneswar

ଝାଉଁ ନଦୀରୁ ମୃତଦେହ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ପଞ୍ଚାୟତ ଅଧିନରେ ଥିବା ଖଲିଆପାଲି ଆନ୍ଧ୍ର ପଡ଼ାର କରି ଭେଙ୍କଟ ରେଡ୍ଡୀ (୪୪) ଙ୍କ ମୃତଦେହ ସନ୍ଧ୍ୟାରେ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଘଟଣା ସୂତ୍ରରୁ ଜଣା ପଡ଼ିଛି, ଖଲିଆପାଲି ଆନ୍ଧ୍ର ପଡ଼ାର କରି ଭେଙ୍କଟ ରେଡ୍ଡୀ ରାଜମିସ୍ତ୍ରୀ କାମ କରନ୍ତି। ଗତକାଲି ସକାଳେ ଖଲିଆପାଲିରୁ ପିଠା ପୋଟଳ ଯିବା ରାସ୍ତାରେ ଝାଉଁ ନଦୀରେ ଥିବା ପୋଲର ରେଲିଂ ଉପରେ ଶୋଇଥିବା କିଛି ଲୋକ ଦେଖି ତାକୁ ମନା କରିଥିଲେ । କାରଣ ଆଗରୁ ସେହି ରେଲିଂ ଉପରୁ ପଡ଼ି ଜଣେ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ସେ କାହାରି କଥା ନ ଶୁଣି ସେଇଠି ଶୋଇଥିଲେ। ଏହାର କିଛି ସମୟ ପରେ ନଦୀରେ କିଛି ପଡ଼ିବାର ବହୁତ୍ ଜୋର୍ ଶବ୍ଦ ହୋଇଥିଲା ଯାହା ଆଖପାଖ ବିଲରେ କାମ କରୁଥିବା ଲୋକେ ଶୁଣିଥିଲେ । ସେମାନେ ପ୍ରକୃତ କଥା ଜାଣିବା ପାଇଁ ଘଟଣା ସ୍ଥଳକୁ ଆସି ଦେଖିଲା ବେଳକୁ ଭେଙ୍କଟ ପୋଲ ତଳକୁ ଖସି ପଡ଼ିଥିଲେ । ତେଣୁ ସେମାନେ ତାଙ୍କ ସମ୍ପର୍କୀୟ ଙ୍କୁ ଏହି ଖବର ଦେଇଥିଲେ । ଖବର ପାଇ ସମ୍ପର୍କୀୟ ମାନେ ଆସି ତାଙ୍କୁ ଖୋଜିଥିଲେ ମଧ୍ୟାହ୍ନ ପ୍ରାୟ ୧୨ ଟା ରୁ ଅପରାହ୍ନ ୨ ଟା ପର୍ୟ୍ୟନ୍ତ। କିନ୍ତୁ ପାଇନଥିଲେ । ଅତାବିରା ଅଗ୍ନିଶମ ବିଭାଗର ଅଧିକାରୀ ମିଶ୍ର କିସାନଙ୍କ ପାଖକୁ ଅପରାହ୍ନ ୫ ଟାରେ ୧୧୨ ଟୋଲ ଫ୍ରି ନମ୍ୱର୍ ରେ ଫୋନ ଆସିଥିଲା ଏହି ଘଟଣା କୁ ନେଇ। ତେଣୁ ସେ ନିଜର କର୍ମଚାରି ମାନଙ୍କୁ ନେଇ ଖୋଜା ଖୋଜି କରିଥିଲେ । ପ୍ରାୟ ଘଣ୍ଟାଏ ଖୋଜିବା ପରେ ଘଟଣା ସ୍ଥଳର ୮୦୦ ମିଟର ଦୂରରେ ମୃତଦେହକୁ ପାଇ ତାକୁ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅତାବିରାକୁ ଆଣିଥିଲେ । ଖବର ପାଇ ଅତାବିରା ପୁଲିସ ପହଞ୍ଚି ଶବ ବ୍ୟବଛେଦ ପାଇଁ ମୃତଦେହକୁ ବରଗଡ଼ ପଠାଇବା ସହ ଏହାର ଅନୁସନ୍ଧାନ ଜାରୀ ରଖିଛି । ତେବେ କେଉଁ କାରଣରୁ ସେ ତଳେ ପଡ଼ିଯାଇଥିଲେ ବା କିଏ ତାଙ୍କୁ ଠେଲିଦେଇ ଚାଲିଯାଇଛି କିଛି ଜଣାପଡିନାହିଁ ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories