www.samajalive.in
Monday, December 15, 2025
27.1 C
Bhubaneswar

ଅସଲି ହାତରେ ଧରା ପଡ଼ିଲେ ନକଲି ପୁଲିସ

ରେଙ୍ଗାଲିକେମ୍ପ: ଅତାବିରା ପୋଲିସ ହାତରେ ଧରାପଡ଼ିଛନ୍ତି ଦୁଇଜଣ ନକଲି ପୁଲିସ। ପୁଲିସ ସୂତ୍ରରୁ ଜଣାପଡ଼ିଛି ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲି ପଞ୍ଚାୟତର କର୍ଲ୍ଲା ଟିକ୍ରା ଗ୍ରାମର କିରାନା ଦୋକାନୀ ଟୁନା ମିର୍ଦ୍ଧା ଅତାବିରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେଉଁଥିରେ ଦୁଇଜଣ ଅଜଣା ପୁଲିସ ଗୋଟିଏ ମୋଟର ବାଇକରେ ଆସି ଅସମୟରେ ଦୋକାନ ଖୋଲିଥିବା ନେଇ ତାଙ୍କୁ ଧମକ ଚମକ ଦେଇ ୨୦୦୦ ଟଙ୍କା ମାଗିଥିଲେ ଏବଂ ଯଦି ସେ ନ ଦେବେ ତାଙ୍କୁ ଜେଲରେ ପୁରେଇଦେବେ କହି ତାଙ୍କ ଠାରୁ ୨୦୦୦ ଟଙ୍କା ଜୋର୍ ଜବରଦସ୍ତ ନେଇଛନ୍ତି ବୋଲି ଉଲ୍ଲେଖ ରହିଥିଲା। ଦୋକାନୀ ଭୟରେ ତାଙ୍କୁ ୨୦୦୦ ଟଙ୍କା ଦେଇଥିଲେ। କିନ୍ତୁ ପରେ ତାଙ୍କ ମନରେ କିଛି ସନ୍ଦେହ ସୃଷ୍ଟି ହୋଇଥିଲା ତେଣୁ ସେ ଅଭିଯୋଗ କରିଥିଲେ।

ଏହି ଅଭିଯୋଗକୁ ଭିତ୍ତି କରି ବରଗଡ଼ ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଦୀପକ ଗୋଛାୟତଙ୍କ ତତ୍ବାବଧାନରେ ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ ଏସ ଆଇ ଯାଦବ ବାଗ, ଏଏସଆଇ ଯୁଗଳ କିଶୋର ତାଣ୍ଡି, ତ୍ରିଲୋଚନ ଦାଶ ଓ ଏ ଏସ ଆଇ ମହେନ୍ଦ୍ର ତାଣ୍ଡିଙ୍କୁ ନେଇ ଏକ ସ୍ବତନ୍ତ୍ର ଦଳ ଗଠନ କରି ଏହାର ତଦନ୍ତ ଆରମ୍ଭ କରିଥିଲେ। ସେହି ଦିନ ସନ୍ଧ୍ୟାରେ ଜିରୋ ପଏଣ୍ଟରୁ କର୍ଲ୍ଲା ଟିକ୍ରା ମଝିରେ ଏହି ନକଲି ପୁଲିସ ଦ୍ୱୟଙ୍କୁ ଗିରଫ କରି ସେମାନଙ୍କ ପାଖରୁ ଗୋଟିଏ ସୁଜୁକି ଜିକ୍ସର୍ ଗାଡି, ଓଡ଼ିଶା ପୋଲିସ ଲେଖାଥିବା ଦୁଇଟି କମଳା ରଙ୍ଗର ରେଡିଅମ୍ ଜlକେଟ, ମୋନୋଗ୍ରାମ ବିହୀନ ଗୋଟିଏ ନୀଳ ରଙ୍ଗର ବେନେଟ୍ ଟୋପି, ଚାରିଟି ମୋବାଇଲ ଫୋନ, ବନ୍ଦ ଥିବା ଭିଭୋ ମୋବାଇଲ, ସାମ୍ସଂଗ, ଭିଭୋ ଏବଂ ୨୦୦୦ ଟଙ୍କା ଓ ଏକ ଆଇରନ ପାଇପ ଜବତ କରିଛି।

- Advertisement -

ସେମାନେ ହେଲେ ବଲାଙ୍ଗୀର ଜିଲ୍ଲା ସିନ୍ଦୂର ବାହାଲର ସୁମନ ଶେଖର ପାଣିଗ୍ରାହୀ (୨୬) ଓ ବରଗଡ଼ ୱାର୍ଡ ନଂ ୮ କେନାଲ ପଡ଼ାର ରାଜେଶ୍ ମେହେର ଓରଫ ଫୁଫୁଲୁ (୩୬)। ଏହି ଦୁଇ ଅଭିଯୁକ୍ତଙ୍କ ନାମରେ ଅତାବିରା ରେଲୱେ ଷ୍ଟେସନରେ ସିପୁନ ବେହେରା ଓ ସାଧୁଚରନ୍ ଭୋଇଙ୍କ ଠାରୁ ଦୁଇଟି ମୋବାଇଲ ଓ ୮୦୦୦ ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଥିଲା। ଏହା ବ୍ୟତୀତ ଏମାନେ ଅନେକ ପ୍ରକାର ଚୋରି ଡ଼କାୟତି କାମରେ ଦୀର୍ଘ ଦିନ ଧରି ଲିପ୍ତ ରହିଥିବା ଜଣାପଡିଛି। ଏମାନଙ୍କ ବିରୁଦ୍ଧରେ କେସ ରୁଜୁ କରି ତାଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ଜଣାପଡ଼ିଛି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories