www.samajalive.in
Sunday, December 14, 2025
19.1 C
Bhubaneswar

ଅବକାରୀ ଚଢାଉ: ମଦ ଜବତ, ଜଣେ ଗିରଫ

ଜି.ଉଦୟଗିରି: ଜି.ଉଦୟଗିରି ପୋଲିସ ଏକ ଦେଶୀ ମଦଭାଟୀ ଉପରେ ଚଢାଉ କରି ୨୦ ଲିଟର ଦେଶୀ ମଦ ଜବତ ସହ ୪୦ ଲିଟର ପୋଚ ନଷ୍ଟ କରିବା ସହ ଜଣକୁ ଗିରଫ କରିଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ଆଜି ସ୍ଥାନୀୟ ପୋଲିସ ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଏଏସଆଇ ବୁଲୁ ବେହେରା ସଦଳବଳେ ଜି.ଉଦୟଗିରି ଥାନା ଅନ୍ତର୍ଗତ ମାଲିକାପଜି ପଞ୍ଚାୟତର କୁପାଗୁଡା ଗ୍ରାମର ଏକ ଦେଶୀ ମଦ ଭାଟି ଉପରେ ଚଢାଉ କରି୨୦ ଲିଟର ଦେଶୀ ମଦ ଜବତ କରିବା ସହ ୪୦ ଲିଟର ମହୁଲୀ ପୋଚ ନଷ୍ଟ କରିଥିବା ବେଳେ ସନ୍ତପ ସାହୁ (୫୮)କୁ ଗିରଫ କରିଛନ୍ତି। ଏନେଇ ଥାନା କେସ ନଂ ୧୫/୨୨, ଧାରା ସେକ୍ସନ୍ଉି୫୫ (ଏ) ଓଡିଶା ଅବକାରୀ ଆଇନ ବଳରେ ଏକ କେସ ରୁଜୁ କରି ତଦନ୍ତ ଦାୟିତ୍ବ ଏଏସଆଇ ସୁବାଷ ପଧାନଙ୍କୁ ଦାୟିତ୍ବ ଦିଆଯାଇଥିବା ନେଇ ଥାନା ଅଧିକାରୀଣୀ ରେବତୀ ଶବର ସୂଚନା ଦେଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories